fbpx

ଏପ୍ରିଲ ପ୍ରଥମ ସପ୍ତାହରେ MBBS ଓ BDS ସ୍ପଟ୍ ଆଡମିଶନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଏପ୍ରିଲରେ ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମ ପାଇଁ ସ୍ପଟ୍ ନାମଲେଖା ଆରମ୍ଭ ହେବ । ଉଭୟ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ମୋଟ ୧୪୬୬ ସିଟ୍ ମଧ୍ୟରୁ ୧୪୩୯ଟି ପୂରଣ ହୋଇଥିବା ବେଳେ ଆଉ ୨୭ଟି ସିଟ୍ ବାକି ରହିଛି । ସେଥି ମଧ୍ୟରେ ୧୨ଟି ଏମବିବିଏସ ଓ ୧୫ଟି ବିଡିଏସ ସିଟ୍ ରହିଛି । ଏପ୍ରିଲ ମାସ ପ୍ରଥମ ସପ୍ତାହରେ ସ୍ପଟ୍ ଆଡମିଶନ୍ ହେବ ବୋଲି କୁହାଯାଇଛି ।

ଜଣାପଡ଼ିଛି ଯେ, ଏସସିବି ମେଡିକାଲ କଲେଜର ୨୧୨ ଓ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ୨୧୩ଟି ଏମବିବିଏସ ସିଟ୍ ପୂରଣ ହୋଇଛି । ଏହାଛଡ଼ା ଭିମସାର ବୁର୍ଲା, ବାରିପଦା ମେଡିକାଲ କଲେଜ, କୋରାପୁଟ ମେଡିକାଳ କଲେଜ, ବଲାଙ୍ଗୀର ଓ ପୁରୀ ମେଡିକାଲ କଲେଜର ସମସ୍ତ ସିଟ୍ ପୂରଣ ହୋଇଛି । ସେହିପରି ଫକିରମୋହନ ମେଡିକାଲ କଲେଜର ଗୋଟିଏ, ଭୁବନେଶ୍ୱର ହାଇକେଟ ମେଡିକାଲ କଳେଜର ୩ଟି, ହାଇଟେକ ରାଉରକେଲାର ୮ଟି ସିଟ୍ ଖାଲି ରହିଛି ।

Get real time updates directly on you device, subscribe now.