fbpx

ଆଜିଠାରୁ OJEE କାଉନସେଲିଂ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) କାଉନସିଲ୍ ଆରମ୍ଭ ହେବ । ବି.ଟେକ, ବିଆର୍କ, ବିପ୍ଲାନ, ବିକ୍ୟାଟ୍ ଓ ଇଣ୍ଟିଗ୍ରେଟେଡ୍ ଏମଏସସି ଆଦି ବିଭିନ୍ନ ପାଠ୍ୟକ୍ରମ ପାଇଁ କାଉନସେଲିଂ କରାଯିବ । ଏ ସଂପର୍କରେ ଅଧିକ ସୂଚନା ପାଇବା ପାଇଁ ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟ୍ ଦେଖିପାରିବେ । ଆଜିଠାରୁ ପଞ୍ଜୀକରଣ ଓ ଚଏସ୍ ଲକିଂ ଆରମ୍ଭ ହେବା ସହ ଆସନ୍ତା ୨ ତାରିଖରେ ଏହା ସମାପ୍ତ ହେବ ।

ତେବେ ଆସନ୍ତା ନଭେମ୍ବର ୫ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ପ୍ରକାଶ ପାଇବ । ୫ରୁ ୮ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନଲାଇପରେ ରିପୋର୍ଟିଂ ଓ ଫିସ୍ ଦାଖଲ କରିବେ । ବି.ଟେକ ରାଙ୍କଧାରୀ ଓ ପୂର୍ବରୁ ପଞ୍ଜିକରଣ କରିନଥିବା ଜେଇଇ ମେନ୍ ରାଙ୍କଧାରୀମାନେ ନଭେମ୍ବର ୬ରୁ ୧୧ ମଧ୍ୟରେ ପଞ୍ଜୀକରଣ କରିପାରିବେ । ୧୪ରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ କରାଯିବ । ସେଥିରେ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ୧୪ରୁ ୧୬ ତାରିଖ ମଧ୍ୟରେ ଅନଲାଇନ ରିପୋର୍ଟ କରିବେ । ଏହାପରେ ୨୧ ନଭେମ୍ବରରେ ଶେଷ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ କରାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.