fbpx

ଆଧାର କାର୍ଡ ଅଛି ତେବେ ଗୋଟିଏ କ୍ଲିକରେ ମିଳିବ ଲୋନ୍, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ଲୋନ୍ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏବେ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । ଆଜିକା ସମୟରେ ପୂର୍ବାପେକ୍ଷା ଲୋନ୍ ନେବା ଖୁବ୍ ସହଜ ହୋଇଯାଇଛି । ଯନି ଆପଣ ଲୋନ୍ ନେବା ପାଇଁ ଯୋଗ୍ୟ ତାହେଲେ ଅଧିକ ପେପର୍ ୱାର୍କ କରିବାକୁ ପଡ଼ିବ ନାହିଁ । ଏଥିପାଇଁ ଆପଣଙ୍କୁ ବ୍ୟାଙ୍କରେ କେୱାଇସି ଡକ୍ୟୁମେଣ୍ଟ ଜମା କରିବାକୁ ହେବ । ଯାହାଫଳରେ ବ୍ୟାଙ୍କକୁ ଆପଣଙ୍କର ସବୁ ଡିଟେଲ୍ସ ମିଳିପାରିବ । ଆପଣ ଆଧାର କାର୍ଡ ଜରିଆରେ ମଧ୍ୟ ପର୍ସନାଲ୍ ଲୋନ୍ ପାଇଁ ଆବେଦନ କରିପାରିବେ ।

ଆଧାର କାର୍ଡ ସାହାଯ୍ୟରେ ଆପଣଙ୍କୁ ଇଷ୍ଟେଣ୍ଟ ପର୍ସନାଲ୍ ଲୋନ୍ ମିଳିବ ଯେଉଁଥିପାଇଁ ଆନଣ ଅନଲାଇନ୍ ମଧ୍ୟ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ ଏକ ଆପ୍ଲିକେସନ୍ ଫର୍ମ ଭରିବାକୁ ହେବ ଏବଂ ଇ-କେୱାଇସି ଡକ୍ୟୁମେଣ୍ଟ ଦେବାକୁ ହେବ । ଆପଣଙ୍କୁ କୌଣସି ଡକ୍ୟୁମେଣ୍ଟର ହାର୍ଡ କପି ଜମା କରିବାକୁ ପଡ଼ିବ ନାହିଁ ।

ଜାଣନ୍ତୁ କିପରି ପାଇବେ ଲୋନ୍:

୧. ପ୍ରଥମେ ଆପଣଙ୍କୁ ବ୍ୟାଙ୍କର ମୋବାଇଲ୍ ଆପ୍ ଅଥବା ୱେବସାଇଟ୍ ରେ କ୍ଲିକ୍ କରିବାକୁ ହେବ ।
୨. ଏଠାରେ ଆପଣଙ୍କୁ ଲୋନ୍ ପାଇଁ ବିକଳ୍ପ ମିଳିଯିବ । ଆପଣଙ୍କୁ ପର୍ସନାଲ୍ ଲୋନ୍ ଅପସନ୍ କୁ ଚୟନ କରିବାକୁ ହେବ । ଏହା ଉପରେ କ୍ଲିକ୍ କରିବା ପରେ ଏଲିଜିବିଲିଟି ଚେକ୍ କରିବାକୁ ହେବ ଓ ତାପରେ Apply Now ଉପରେ କ୍ଲିକ୍ କରନ୍ତୁ ।
୩. ଏହାପରେ ଏକ ଆପ୍ଲିକେସନ୍ ଫର୍ମ ଭରିବା ପରେ ନିଜର ପର୍ସନାଲ୍ ଡିଟେଲକ୍ସ ଯେପରି ଚାକିରୀ ବିବରଣୀ ଏବଂ ବ୍ୟକ୍ତିଗତ ବିବରଣୀ ଦେବାକୁ ହେବ । ଆପଣଙ୍କ ପାଖକୁ ବ୍ୟାଙ୍କରୁ କଲ୍ ଆସିବ ଯାହାଦ୍ୱାରା ଆପଣଙ୍କ ତଥ୍ୟ ଭେରିଫାଇ କରିପାରିବେ । ଏହାପରେ ଲୋନ୍ ଆପ୍ରୁଭ୍ ହୋଇଯିବ ।

Get real time updates directly on you device, subscribe now.