fbpx

ଏହି କମ୍ପାନୀ ମାତ୍ର ୧୯୯ ଟଙ୍କାରେ ଦେଉଛି ଅନଲିମିଟେଡ୍ ଇଣ୍ଟରନେଟ୍ ସେବା

ନୂଆଦିଲ୍ଲୀ: ସମୟ ସହିତ ଦେଶରେ ଇଣ୍ଟରନେଟ୍ ସେବା ଶସ୍ତା ହେବାରେ ଲାଗିଛି । ଦେଶରେ ଏୟାରଟେଲ୍, ବିଏସଏନଏଲ୍, ଜିଓ ଏବଂ ଭୋଡାଫୋନ୍-ଆଇଡିଆ ଭଳି କମ୍ପାନୀ ଇଣ୍ଟରନେଟ୍ ସେବା ଦେଉଛନ୍ତି । ହେଲେ ଏହି ସବୁ କମ୍ପାନୀ ବ୍ୟତୀତ ଅନେକ କମ୍ପାନୀ ରହିଛନ୍ତି ଯେଉଁ ମାନେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ କନେକ୍ସନ୍ ସେବା ଖୁବ୍ କମ୍ ଦାମ୍ ରେ ଦେଉଛନ୍ତି । ଆପଣ ମାନଙ୍କ ମଧ୍ୟରୁ ଅନେକ ଲୋକ ରହିଛନ୍ତି ଯେଉଁମାନେ ଘରେ ରହି କାମ କରୁଛନ୍ତି ଏବଂ କନେକ୍ସନ୍ ପାଇଁ ଶସ୍ତା ଇଣ୍ଟରନେଟ୍ ସନ୍ଧାନରେ ରହିଛନ୍ତି । ତେବେ ଏବେ ଆପଣଙ୍କ ସନ୍ଧାନରେ ପୂର୍ଣ୍ଣଚ୍ଛେଦ ଲଗାନ୍ତୁ କାରଣ ଶସ୍ତା ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ କନେକ୍ସନ୍ ସୁବିଧା ଏବେ ଖୁବ୍ କମ୍ ଦାମ୍ ରେ ଉପଲବ୍ଧ ହେଉଛି ।

ମାତ୍ର ୧୯୯ ଟଙ୍କାରେ ଅନଲିମିଟେଡ୍ ଇଣ୍ଟରନେଟ୍ ର ଲାଭ ଉଠାଇପାରିବେ । ଏବେ ଅରଟେଲ୍ କମ୍ପାନୀ ୧୯୯ ଟଙ୍କାରେ ଅନଲିମିଟେଡ୍ ଇଣ୍ଟରନେଟ୍ ସେବା ଦେବା ନେଇ ଘୋଷଣା କରିଛନ୍ତି । ଅରଟେଲ୍ ର ୧୯୯ ଟଙ୍କା ଯୁକ୍ତ ବ୍ରଡବ୍ୟାଣ୍ଡ ପ୍ଲାନ୍ କୁ କମ୍ପାନୀ ଭୁବନେଶ୍ୱରରେ ଅରଟେଲ୍ ପ୍ରାଇମ୍ ଭାବରେ ନାମିତ କରିଛି । ଏହି ପ୍ଲାନ୍ ରେ ଦୈନିକ ବ୍ୟବହାରର କୌଣସି ସୀମା ନାହିଁ । ପ୍ରତିଦିନ ଆପଣ ଯେତେବି ଡାଟା ବ୍ୟବହାର କରିପାରିବେ । ଏଥିରେ ଗ୍ରାହକଙ୍କୁ ୫ଏମବିପିଏସ୍ ର ଡାଉନଲୋଡ୍ ସ୍ପିଡ୍ ମିଳିବ ଓ ଅପଲୋଡ୍ ସ୍ପିଡ୍ ମିଳିବ ୧ଏମବିପିଏସ୍ ।

Get real time updates directly on you device, subscribe now.