fbpx
BJD
BJD SKY
BJD SKY

ସଇତାନର ଜାଲରେ ଫସିଲେ ପରିବାର: ନାବାଳିକାଙ୍କୁ ଜବରଦସ୍ତ ଉଠାଇ ନେଇ ସିନ୍ଦୁର ଦେଲା ବୃଦ୍ଧ ବର, ଝିଅର ଫେରିବା ବାଟକୁ ଚାହିଁ ରହିଛନ୍ତି ପିତାମାତା

ଗୁରୁଦାସପୁର: ପାକିସ୍ତାନରେ ଏକ ବିସ୍ମୟକର ଘଟଣା ଘଟିଛି । ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଇ ପାଞ୍ଚଟି ସନ୍ତାନର ପିତା ବିବାହ କରିଛନ୍ତି । ଏହି ଘଟଣା ପରେ ନାବାଳିକା ନାୟବ ଗିଲଙ୍କ ପିତାମାତା ନିଜ କନ୍ୟାଙ୍କ ପାଇଁ ଗୁହାରି କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗୁଜୁରାଙ୍ଗୱାଲାର ନିବାସୀ ରକାବ ପୈଗମ୍ବର ଚାରି ପୁଅ ଓ ଗୋଟିଏ ଝିଅର ପିତା ଅଟନ୍ତି । କିଛିଦିନ ପୂର୍ବରୁ ରକାବ ନାବାଳିକା ନାୟବଙ୍କ ଘରକୁ ଆସିଥିଲେ । ନିଜର ସନ୍ତାନଙ୍କୁ ଦେଖାଶୁଣିବା କରିବାର ଚାକରି ଦେବାର ବାହାନା କରି ସେ ନାୟବଙ୍କୁ ନିଜ ଘରକୁ ନେଇଯାଇଥିଲେ । ଏହାପରେ ନାୟବ ନିୟମିତ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରକାବ ଘରକୁ ଯାଉଥିଲେ । ମାତ୍ର ରକାବ ତାଙ୍କ ସହ ସହ ଅଶ୍ଲୀଳ ହରକତ କରୁଥିବା ନାୟବ ତିନି ଦିନ ତଳେ ଅଭିଯୋଗ କରିଥିଲେ । ଏହାପରେ ନାୟକ ଆଉ ରକାବ ଘରକୁ ନଯିବାରୁ କିଛି ଲୋକଙ୍କ ସହ ରକାବ ନାବାଳିକାଙ୍କୁ ଜବରଦସ୍ତି ଉଠାଇ ନେଇଥିଲେ । ଏ ସମ୍ପର୍କରେ ନାୟବଙ୍କ ପିତାମାତା ପୋଲିସରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସ ଆଜି ସକାଳୁ ପିତାମାତାଙ୍କୁ ଅଲଗା ପ୍ରକାର କଥା କହିଥିଲା । ଗତରାତିରେ ନାୟବ ଧର୍ମ ପରିବର୍ତ୍ତନ କରି ରକାବ ସହ ବିବାହ କରିନେଇଛି, ତେଣୁ ଏନେଇ ଆଉ କିଛି କରିହେବ ନାହିଁ ବୋଲି ପୋଲିସ କହିଥିଲା । ନାୟବଙ୍କ ପିତାମାତା ଏହି ମାମଲାରେ ସରକାରଙ୍କ ନିକଟରେ ଗୁହାରି କରିବା ସହ ଝିଅର ଫେରିବା ବାଟକୁ ଚାହିଁ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.