fbpx

ମମତାଙ୍କ ସମର୍ଥନରେ ଫେସବୁକ ପୋଷ୍ଟ ଲେଖିଲେ ବିଜେପି ନେତାଙ୍କ ପୁଅ, ନିଜ ପାର୍ଟିକୁ ଦେଲେ ଉପଦେଶ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି)ର ପରାଜୟ ପରେ ପାର୍ଟି ନେତାଙ୍କ ମଧ୍ୟରେ ଅସନ୍ତୋଷର ମାହୋଲ ଦେଖିବାକୁ ମିଳିଛି । ଏବେ ବିଜେପି ନେତା ମୁକୁଲ ରାୟଙ୍କ ପୁତ୍ର ଶୁଭ୍ରାଂଶୁ ରୟଙ୍କ ଏକ ଫେସବୁକ୍ ପୋଷ୍ଟକୁ ନେଇ ଅନେକ ପ୍ରକାରର କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି । ଶୁଭ୍ରାଂଶୁ କହିଛନ୍ତି ଯେ, ବିଜେପି ମମତା ସରକାରଙ୍କ ସମାଲୋଚନା ବନ୍ଦ କରି ନିଜର ଆତ୍ମ ନିରୀକ୍ଷଣ କରୁ ।

ମୁକୁଲ ରୟଙ୍କ ପୁତ୍ର ଶୁଭ୍ରାଂଶୁ ରୟ ଶନିବାର ରାତିରେ ଏକ ଫେସବୁକ ପୋଷ୍ଟ ଲେଖିଛନ୍ତି । ସେ କହିଛନ୍ତି, ଜନତାଙ୍କ ସମର୍ଥନ ପାଇଥିବା ମମତା ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ନିଜର ଆତ୍ମ ନିରୀକ୍ଷଣ କରିବାର ଆବଶ୍ୟକତା ରହିଛି । ନିର୍ବାଚିତ ସରକାରଙ୍କ ସମାଲୋଚନା ବନ୍ଦ ହେଉ ।

ଉଲ୍ଲେଖନୀୟ ଶୁଭ୍ରାଂଶୁ ରୟ ୨୦୧୯ରେ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ନିକଟରେ ସଂପନ୍ନ ବିଧାନସଭା ନିର୍ବାଚନରେ ସେ ବିଜେପି ଟିକେଟରେ ବିଜପୁର ଆସନରୁ ଲଢିଥିଲେ । ହେଲେ ଟିଏମସି ପ୍ରାର୍ଥୀଙ୍କଠୁ ପରାଜିତ ହୋଇଥିଲେ ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ୟଶର କ୍ଷୟକ୍ଷତିର ସମୀକ୍ଷା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ହେଲେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୦ ମିନିଟ୍ ବିଳମ୍ବରେ ପହଂଚିବା ନେଇ ବିଜେପି ଓ ଟିଏମସି ମଧ୍ୟରେ ବିବାଦ ବଢିଥିଲା । ଏପରିକି ମମତାଙ୍କୁ ସଫେଇ ଦେବାକୁ ପଡିଥିଲା । ବୈଠକରେ ମମତା ପହଂଚି କେବଳ ବାତ୍ୟା କ୍ଷୟକ୍ଷତି ସଂପର୍କିତ ରିପୋର୍ଟ ପ୍ରଦାନ କରିବା ସହ ୨୦ ହଜାର କୋଟି ଟଙ୍କା ଦାବି କରିଥିଲେ । ଏହା ପରେ ବୈଠକ ଛାଡି ଚାଲି ଯାଇଥିଲେ ।

Get real time updates directly on you device, subscribe now.