fbpx
BJD
BJD SKY
BJD SKY

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛି ଜାତିସଂଘ

ନୂଆଦିଲ୍ଲୀ: ଓଡ଼ିଶା ଏକ ଏପରି ରାଜ୍ୟ ଯେଉଁଠାରେ ପ୍ରତିବର୍ଷ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଲୋକ ମାନେ ସାମନା କରନ୍ତି । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ କାରଣରୁ ଓଡିଶାବାସୀ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାରେ ସକ୍ଷମ ହୋଇପାରୁଛନ୍ତି । ତେବେ ବିପର୍ଯ୍ୟୟ ପରିଚାଳନା ପାଇଁ ତାଙ୍କୁ ଜାତିସଂଘ ପକ୍ଷରୁ ଅନେକ ପ୍ରଶଂସା କରାଯାଇଛି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଓଡିଶା ଅନ୍ୟ ରାଜ୍ୟ ଗୁଡିକ ପାଇଁ ରୋଲ୍ ମଡେଲ୍ ହୋଇଛି । ଖାଲି ୟଶ୍ ନୁହେଁ ପୂର୍ବରୁ ଆସିଥିବା ଅନ୍ୟ ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚାଇ ଥିବାରେ ସଫଳ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯାଇଛି ।

ଜାତିସଂଘ ମୁଖ୍ୟ ମାମି ମିଜୁଟୋରି କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟ ଗୁଡିକ ପାଇଁ ରୋଲ୍ ମଡେଲ୍ ହୋଇପାରିଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ କିପରି ବିପଦରୁ ରକ୍ଷା କରାଯିବ ଏବଂ କେଉଁ କେଉଁ ଦୃଢ ପଦକ୍ଷେପ ଗ୍ରହଣ କରାଯିବ, ପ୍ରାକ୍ ପ୍ରସ୍ତୁତି ଉପରେ କିଭଳି ଅଧିକ ଗୁରୁତ୍ବ ଦିଆଯିବ ସେ ଦିଗରେ ଓଡିଶା ଉଦାହରଣ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକ ରାଜନୈତିକ ପ୍ରତିବଦ୍ଧତା ମଧ୍ୟ ପ୍ରଦାନ କରିଛନ୍ତି । ୧୯୯୯ ମହାବାତ୍ୟାରେ ଓଡିଶାରେ ପ୍ରାୟ ୧୦ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ଏପର୍ୟ୍ୟନ୍ତ ଏହାର କେବେ ପୁନରାବୃତ୍ତି ଘଟିନାହିଁ ।

ସୂଚନାଯୋଗ୍ୟ ଯେ, ୨୦୧୩ ମସିହାରେ ବାତ୍ୟା ‘ଫାଇଲିନ୍’ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିଚାଳନାକୁ ଟଘଊଜଜ ପ୍ରଶଂସା କରିଥିଲା । ଗତ ସପ୍ତାହରେ ବାତ୍ୟା ‘ୟଶ୍’ ସମୟରେ ଓଡିଶାର ପ୍ରାୟ ୭ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଆଉ ସମୟ ଆଗରୁ ସରକାର ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିଥିଲେ ଏବଂ ଅଧିକରୁ ଅଧିକ ଏନଡିଆରଏଫ୍ ଟିମ୍ ମୁତୟନ କରିଥିଲେ ।

Get real time updates directly on you device, subscribe now.