fbpx

ଜୀବନରେ ୩୭ ଥର ବିବାହ କଲେ ବୃଦ୍ଧ: ଉପସ୍ଥିତ ଥିଲେ ୨୮ ପତ୍ନୀ, ୧୩୫ ସନ୍ତାନ ଓ ୧୨୬ ନାତୁନାତୁଣୀ, ଦେଖନ୍ତୁ ଭିଡିଓ…

ଆମ ଭାରତୀୟ ସମାଜରେ ଜଣେ ପୁରୁଷ ଜଣେ ନାରୀଙ୍କୁ ବିବାହ କରିଥାନ୍ତି । ଅନେକ କ୍ଷେତ୍ରରେ କିଛି ଲୋକ ଦୁଇ ବା ତିନି ଜଣଙ୍କୁ ବିବାହ କରୁଥିବାର ଦେଖାଯାଉଛି । ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କ ଜୀବନରେ ୩୭ ଥର ବିବାହ କରିଛନ୍ତି । ବୃଦ୍ଧ ଜଣଙ୍କ ବିବାହ କରିବା ସମୟରେ ତାଙ୍କର ୨୮ ପତ୍ନୀ, ୧୩୫ ପୁଅଝିଅ ଓ ୧୨୬ ଜଣ ନାତୁନାତୁଣୀ ଉପସ୍ଥିତ ଥିଲେ । ଏହି ବିବାହ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାପରେ ଲୋକମାନେ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି, ‘ଭାଗ୍ୟବାନ ମଣିଷ’ । ଆଉ ଜଣେ ଲେଖିଛନ୍ତି ‘ଜଣଙ୍କୁ ସମ୍ଭାଳି ହେଉନି, ପୁଣି ୩୭! ଜଣେ ଆଇପିଏସ ଅଧିକାରୀ ଏହି ଭିଡିଓକୁ ସେୟାର କରିଥିଲେ । ତେବେ ଭିଡିଓଟି କେଉଁଠାରୁ ଓ କେବେ ସୁଟିଂ କରାଯାଇଛି ସେନେଇ କୌଣସି ତଥ୍ୟ ଜଣାପଡ଼ିନାହିଁ ।

Get real time updates directly on you device, subscribe now.