fbpx
BSKY SKY
BSKY SKY

Alaskapox Virus; ପୁରୁଣା ଭାଇରସ ନେଉଛି ଜୀବନ: କେତେ ଭୟଙ୍କର ହେବ ସଂକ୍ରମଣ?

BSKY

ନୂଆଦିଲ୍ଲୀ: କରୋନା ଏବଂ ମଙ୍କିପକ୍ସ ଭଳି ଭାଇରସ ଲୋକମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଟୀକା ଉଭୟ ଭାଇରସକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଥିବା ବେଳେ ଏହା ସମ୍ପୂର୍ଣ୍ଣ ସଫଳତା ପାଇ ପାରୁନାହିଁ । ଏହାମଧ୍ୟରେ ଆଉ ଏକ ଭାଇରସ ପୁଣି ମୁଣ୍ଡ ଟେକିଛି । ତେବେ ଏହି ଭାଇରସରେ ବର୍ତ୍ତମାନ ପ୍ରଥମ ରୋଗୀଙ୍କ ମୃତ୍ୟୁ ହୋଇଛି । ୨୦୧୫ ମସିହାରେ ଅଲାସ୍କାରେ ଏକ ନୂଆ ଭାଇରସ ଚିହ୍ନଟ ହୋଇଥିଲା । ଫେୟରବ୍ୟାଙ୍କସ ନର୍ଥ ଷ୍ଟାର ବୋରୋ ପର୍ମାଫ୍ରାଷ୍ଟ ତରଳିବାରୁ ଏହି ଭାଇରସର ଉଦଭାବନ ହୋଇଥିଲା ।

ସୂଚନା ଅନୁସାରେ, ଚଳିତବର୍ଷ ଫେବୃଆରୀରେ ଏହି ଭାଇରସରେ ମାତ୍ର ୭ ଜଣ ଲୋକ ସଂକ୍ରମିତ ହୋଇଥିଲେ । କିନ୍ତୁ ଏବେ ଭାଇରସ ସଂକ୍ରମଣରେ ପ୍ରଥମ ରୋଗୀ ପ୍ରାଣ ହରାଇଛନ୍ତି । ୬ ଜଣ ସଂକ୍ରମିତ ଫେୟରବ୍ୟାଙ୍କସ ନର୍ଥ ବୋରୋ ଏବଂ ସପ୍ତମ ବ୍ୟକ୍ତି କେନାଇ ପ୍ରାୟଦ୍ୱୀପ ବୋରୋରୁ ଚିହ୍ନଟ କରାଯାଇଛି । ତେବେ ଏହି ଭାଇରସରେ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କୁ ଜାନୁୟାରୀ ଶେଷରେ ଅଲାସ୍କାପକ୍ସ ଭାଇରସ ସମ୍ପର୍କରେ ଜଣାପଡ଼ିଥିଲା । ଏହା ଏକ ଡବଲ ଷ୍ଟାଣ୍ଡାର୍ଡ ଡିଏନଏ ଭାଇରସ ବୋଲି ଜଣାଯାଇଛି । ଏହା ଛୋଟ ସ୍ତନଧାରୀ ଜୀବମାନଙ୍କ ଦେହରେ ଚିହ୍ନଟ କରାଯାଏ । ଏହି ଭାଇରସର ସଂକ୍ରମଣ ପରେ ତ୍ୱଚାରେ ଲାଲ୍ ଚିହ୍ନ ଦେଖିବାକୁ ମିଳିଥାଏ । ତେବେ ସଠିକ ସମୟରେ ଏହାର ଚିକିତ୍ସା ନ କଲେ ଏହା ବଡ଼ ଧରଣର ରୂପ ନେଇପାରେ । ସଠିକ ଚିକିତ୍ସାରେ ସୁସ୍ଥ ହେବା ପାଇଁ ଏହି ଭାଇରସକୁ ପ୍ରାୟ ୬ ମାସ ସମୟ ଲାଗେ ।

ଏହି ଭାଇରସ ଛୋଟ ସ୍ତନଧାରୀ ଜୀବମାନଙ୍କ ପାଖରୁ ମଣିଷଙ୍କୁ ସଂକ୍ରମିତ କରିଥାଏ ବୋଲି ଜଣା ପଡ଼ିଥିବା ବେଳେ ଏହା କିପରି ସଂକ୍ରମଣ କରେ, ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ଖୁବ କମ୍ ରହିଥିବାରୁ ସେ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଅନ୍ୟ ଜଣେ ବ୍ୟକ୍ତି ଏଥିରେ ସଂକ୍ରମିତ ହୋଇଥିଲେ ମଧ୍ୟ ତାଙ୍କୁ ଚିକିତ୍ସାର ଆବଶ୍ୟକତା ନାହିଁ । ମୃତକ ଜଣକ ଜଙ୍ଗଲରେ ରହୁଥିବା ବେଳେ ତାଙ୍କ ପୋଷା ବିଲେଇ ଛୋଟ ସ୍ତନଧାରୀ ଜୀବମାନଙ୍କ ଶିକାର କରୁଥିଲା । ତେଣୁ ଏହି ଭାଇରସ ପୋଷା ବିଲେଇ ଦ୍ୱାରା ତାଙ୍କୁ ସଂକ୍ରମିତ କରିଥିବା ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.