fbpx

FD Laddering ଅର୍ଥ ସଞ୍ଚୟ କରିବାର ନୂଆ ଉପାୟ, ଜାଣନ୍ତୁ ଏହାର ଫାଇଦା

ଓଡ଼ିଶା ଭାସ୍କର: ସାଧାରଣତଃ ମହିଳାମାନେ ଅର୍ଥ ସଞ୍ଚୟ କରିବାରେ ଏକ୍ସପର୍ଟ । ସେମାନେ ବ୍ୟାଙ୍କରେ ପାରମ୍ପରିକ ଉପାୟ ଫିକ୍ସଡ୍ ଡିପୋଜିଟ୍‌(FD) ମାଧ୍ୟମରେ ଟଙ୍କା ଜମା କରିଥାନ୍ତି । ବର୍ତ୍ତମାନ ନୂଆ ଟେକ୍ନୋଲୋଜି ମାଧ୍ୟମରେ ଘରେ ବସି ବ୍ୟାଙ୍କ କାର୍ଯ୍ୟ ସହଜରେ ହୋଇପାରୁଛି । ସେହିପରି ଅର୍ଥ ସଞ୍ଚୟ କରିବାର ଏକ ସ୍ମାର୍ଟ ଉପାୟ ହେଉଛି FD Laddering । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅଧିକାଂଶ ବ୍ୟକ୍ତିମାନେ ବ୍ୟାଙ୍କରେ ଅର୍ଥ ଜମା କରିବା ପାଇଁ FD ଭଳି ପାରମ୍ପରିକ ପଦ୍ଧତି ଆପଣାଇଥାନ୍ତି । ଏଥିରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ବ୍ୟାଙ୍କରେ ଅର୍ଥ ଜମା କରାଯାଇଥାଏ । ପରେ FD ମେଚ୍ୟୋର ହେବା ପରେ ନିର୍ଦ୍ଦିଷ୍ଟ ହାରରେ ଟଙ୍କା ଉଠାଇ ପାରିବେ । ତ୍ରୟମାସିକ, ଅର୍ଧବାର୍ଷିକ କିମ୍ବା ବାର୍ଷିକ ଆକାରରେ FD ପାଇଁ ବିକଳ୍ପ ରହିଛି । FD ମେଚ୍ୟୋର ନ ହେବା ପର୍ଯ୍ୟନ୍ତ ଅର୍ଥ ରାଶି ଉଠାଇବାର ସୁବିଧା ଉପଲବ୍ଧ ନାହିଁ । ଏଥିରେ ଅର୍ଥ ସଞ୍ଚୟ କରିବାର ସର୍ବନିମ୍ନ ଅବଧି ୭ ଦିନ ଏବଂ ସର୍ବାଧିକ ୧୦ ବର୍ଷ । ଅପରପକ୍ଷରେ FD Ladderingର ରହିଛି ଅନେକ ଫାଇଦା । FD Laddering ଅନ୍ତର୍ଗତ Premature Withdrawlର ସୁବିଧା ରହିଛି । ଏଥିରେ ଆପଣ ଭିନ୍ନ ଭିନ୍ନ ସମୟରେ ମେଚ୍ୟୋର ହେଉଥିବା FD କ୍ରୟ କରିପାରିବେ । ଆପଣ ଯେତିକି ବି ଅର୍ଥରାଶି ଜମା କରିବାକୁ ଚାହୁଁଛନ୍ତି ତାକୁ ୩ରୁ ୪ ଅଂଶରେ ବିଭକ୍ତ କରି ନିବେଶ କରିପାରିବେ । ପ୍ରତି ୪ ମାସ, ୬ ମାସ କିମ୍ବା ବର୍ଷକରେ ଜମାରାଶି ଲିକ୍ୱିଡେଟ୍ କରିପାରିବେ । FD Ladderingରେ ପ୍ରତି ବର୍ଷ ଆପଣଙ୍କ ଜମା ଅର୍ଥରାଶି ମେଚ୍ୟୋର ହୋଇଥାଏ । କିନ୍ତୁ ମନେ ରଖନ୍ତୁ ଯେ ପ୍ରତିଥର ଆପଣ Premature Withdrawl କରିପାରିବେ ନାହିଁ ନଚେତ ଆପଣଙ୍କୁ ଜୋରିମାନା ଦେବାକୁ ପଡ଼ିପାରେ । ।

Get real time updates directly on you device, subscribe now.