fbpx
BJD
BJD SKY
BJD SKY

ସ୍କିନ୍ ପାଇଁ ଅଲିଭ୍ ଅଏଲ କ୍ଷତିକାରକ

ଶରୀର ପାଇଁ ସୁସ୍ଥ ତେଲ ଭାବେ ଅଲିଭ୍ ଅଏଲ ଗଣାଯାଏ । ଏନେଇ ଆଜିକାଲି ଲୋକାମାନେ ଅଲିଭ୍ ଅଏଲ ବହୁ ପରିମାଣରେ ବ୍ୟବହାର କରିବା ଆରମ୍ଭ କରିଛନ୍ତି । ତେବେ ଅଲିଭ୍ ଅଏଲରୁ ଅନେକ କିଛି ଲାଭ ମିଳୁଥିବା ବେଳେ ସେଥିରୁ କିଛି କ୍ଷତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଅଲିଭ୍ ତେଲ ବିଷୟରେ..
ଅଲିଭ୍ ଅଏଲ ଯୋଗୁଁ ବେଳେବଳେ ଆଲର୍ଜି ହୋଇଥାଏ । ବିଶେଷ ଭାବେ ଏହା ଚର୍ମ ରୋଗ ଓ ଶ୍ୱାସକ୍ରିୟା ଆଲର୍ଜି ସୃଷ୍ଟି ହୋଇପାରେ । ଏଣୁ ଯେଉଁମାନଙ୍କୁ ଆଲର୍ଜିର ସମସ୍ୟା ରହିଛି, ସେମାନେ ଏହାଠାରୁ ଦୂରେଇ ରୁଖନ୍ତୁ ।

-ତେଲିଆ ଚର୍ମ ଥିବା ଲୋକଙ୍କ ପାଇଁ ଏହାର ବ୍ୟବହାର ଭଲ ବୋଲି ବିବେଚନା ହୋଇନଥାଏ । ତେଲିଆ ସ୍କିନରେ ଅଲିଭ ଅଏଲ ବ୍ୟବହାର କରିବା ଦ୍ୱାରାଚର୍ମରେ ଜ୍ୱଳନ, ଦାଗ ଓ ଲାଲ ରଙ୍ଗ ସୃଷ୍ଟି ହୋଇଥାଏ ।

-ଅଲିଭ ଅଏଲ ଖାଇବା ଦ୍ୱାରା ରକ୍ତରେ ଶର୍କରା କମିଯାଏ । ବେଳେବେଳେ ଏହା ସାଧାରଣ ସ୍ତରଠାରୁ କମ୍ ହୋଇଥାଏ । ତେଣୁ ଏହାକୁ ସୀମିତ ପରିମାଣରେ ବ୍ୟବହାର କରିବା ଜରୁରି । ବେଳେବେଳେ ଅଲିଭ ଅଏଲ ହଜମ ପ୍ରକ୍ରିୟାରେ ଅସୁବିଧା ସୃଷ୍ଟି କରିଥାଏ ।

Get real time updates directly on you device, subscribe now.