fbpx

କାର-ଟ୍ରକ୍ ମୁହାଁମୁହିଁ , ୨ମୃତ

ଢ଼େଙ୍କାନାଳ, ୩ା୮(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ ପରଜଙ୍ଗ ଥାନା ଘାଘରାମୁଣ୍ଡା ହାଇସ୍କୁଲ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଏକ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହାସହ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ରକ୍ଷା ବନ୍ଧନ ପାଇଁ ମୟୁରଭଞ୍ଜରୁ ନାଲକୋ ଯିବା ବେଳେ ଏହି ଦୁର୍ଘଟଣା ହୋଇଛି । ଘଟଣା ସ୍ଥଳରେ ପହଞ୍ଚି ପରଜଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.