fbpx
BJD SKY
BJD SKY

(Video) ଚର୍ଚ୍ଚିତ ଓଡ଼ିଆ ଅଭିନେତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କଲେ ଫିଲ୍ମମେକର ବୟଫ୍ରେଣ୍ଡ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡରୁ ଆସିଛି ଏକ ବଡ଼ ଖବର । ଜଣେ ଓଡ଼ିଆ ଓଡ଼ିଆ ଅଭିନେତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ହୋଇଛି । ଉକ୍ତ ଚର୍ଚ୍ଚିତ ଅଭିନେତ୍ରୀ ଜଣଙ୍କ ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିବା ସହିତ ଏହି ଅଶ୍ଲୀଳ ଭିଡିଓ ଭାଇରାଲ କରିଛନ୍ତି ଖୋଦ ତାଙ୍କର ପୁରୁଷ ବନ୍ଧୁ । ଅଭିନେତ୍ରୀଙ୍କ ପୁରୁଷବନ୍ଧୁ ଜଣେ ଫିଲ୍ମ ନିର୍ମାତା । ନିକଟରେ କାଷ୍ଟି କାଉଚକୁ ନେଇ ଓଲିଉଡରେ ଝଡ଼ ଉଠିଥିବା ବେଳେ ପୁଣି ଥରେ ଅଶ୍ଲୀଳ ଭିଡିଓ ଭାଇରାଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଖବର ମୁତାବକ, ପୁରୁଷ ବନ୍ଧୁ ଜଣଙ୍କ ପ୍ରଥମେ ଅଭିନେତ୍ରୀଙ୍କ ଅଶ୍ଲୀଳ ଭିଡିଓ ଶୁଟ କଲେ, ଆଉ ତା’ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଦେଖାଇ ବ୍ଲାକମେଲ କରିଥିଲେ । କେବଳ ବ୍ଲାକମେଲ ନୁହେଁ, ଶୁଟିଂ ସେଟକୁ ଆସି ହୋ ହାଲ୍ଲା ମଧ୍ୟ କରିଥିଲେ । ତେବେ ପୁରୁଷ ବନ୍ଧୁଙ୍କ କାରନାମା ଅସହ୍ୟ ହେବାରୁ ଶେଷରେ ଅଭିନେତ୍ରୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁରୁଷ ବନ୍ଧୁଙ୍କ ନାମ ଦୟାନିଧି ଦାହିମା, ଯେ କି ଜଣେ ଚର୍ଚ୍ଚିତ ଫିଲ୍ମ ନିର୍ମାତା । ଦୟାନିଧି ଅନେକ ବଡ଼ ବଡ଼ କଳାକାରଙ୍କ ସହିତ ଫିଲ୍ମ କରିଛନ୍ତି । ଫିଲ୍ମ କରିବା ସମୟରେ ଅଭିନେତ୍ରୀଙ୍କ ସହିତ ଦୟାନିଧିଙ୍କ ସମ୍ପର୍କ ଅତି ନିବିଡ଼ ହୋଇଯାଇଥିଲା ।

ଗତ ୨୦୧୯ରେ ପୁରୁଷ ବନ୍ଧୁଙ୍କ ସହ ଅଭିନେତ୍ରୀଙ୍କର ଦେଖା ହୋଇଥିଲା । ଏହାପରେ ପୁରୁଷ ବନ୍ଧୁ ଜାତୀୟ ସ୍ତରୀୟ ଫିଲ୍ମରେ ସୁଯୋଗ ଦେବାକୁ ପ୍ରଥମେ ଅଭିନେତ୍ରୀଙ୍କୁ ଅଫର ଦେଇଥିଲେ । ସମ୍ପର୍କ ନିବିଡ଼ ହେବା ପରେ ପୁରୁଷ ବନ୍ଧୁ ଜଣଙ୍କ ଅଭିନେତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରିଦେଇଥିଲେ । ଫିଲ୍ମ ମେକର ତଥା ପୁରୁଷ ବନ୍ଧୁଙ୍କ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ । ଅଭିନେତ୍ରୀ ଏନେଇ ଲକ୍ଷ୍ମୀସାଗର ଥାନାରେ ପୋଲିସ ଏକ ମାମଲା ରୁଜୁ କରିଛି । ପୋଲିସ୍ ଅଭିଯୁକ୍ତ ବିରୋଧରେ ଦଫା ୨୬୮, ୨୯୪, ୩୪୯, ୩୫୦, ୩୫୪, ୩୫୪-ଏ, ୩୫୪-ସି, ୩୮୩, ୪୨୦, ୪୬୮,୪୯୯, ୫୦୩ ଓ ୫୦୬ ଲାଗିଛି ।

Get real time updates directly on you device, subscribe now.