fbpx

WhatsAppରେ ଯୋଡ଼ିହେଲା ଇନଷ୍ଟାଣ୍ଟ ଭିଡିଓ ମେସେଜ ଫିଚର: ଏବେ ବିନା ଗ୍ୟାଲେରୀ ଖୋଲି ସିଧା ପଠାଇପାରିବେ ଫିଲ୍ମ

ନୂଆଦିଲ୍ଲୀ: ହ୍ୱାଟ୍ସଆପରେ ଏକ ସର୍ଟ ଭିଡ଼ିଓ ମେସେଜ ଫିଚର ଯୋଡିଛି, ଯାହା ୟୁଜର୍ସଙ୍କୁ ଚାଟ କରିବା ସମୟରେ ଭିଡିଓ ରେକର୍ଡ କରି ପଠାଇବା ଏବଂ ଗ୍ରହଣ କରିବା ପାଇଁ ଅନୁମତି ଦେଉଛି । ଏଥିରେ ଚାଟ ଅନୁଭୂତି ପୂର୍ବ ଅପେକ୍ଷା ଭଲ ହୋଇଯିବ । ବର୍ତ୍ତମାନ ଆମେ କାହାକୁ ଯଦି ଭିଡିଓ ସେୟାର କରୁଛୁ ତେବେ ଆମକୁ ଗ୍ୟାଲେରୀକୁ ଯାଇ ଭିଡିଓକୁ ଖୋଜିବାକୁ ପଡୁଥିଲା । କେବେ ଆମକୁ ଭିଡିଓ ମିଳି ବି ନଥାଏ । ଯେଉଁ କାରଣରୁ ଆମେ ବିରକ୍ତି ଭାବ ପ୍ରକାଶ କରିଥାଉ । ଏହି ଅସୁବିଧାକୁ ଦୂର କରିବା ଲାଗି ମେଟା ହ୍ୱାଟ୍ସଆପରେ ସର୍ଟ ଭିଡ଼ିଓ ମେସେଜ ଭିଡିଓ ରୋଲଆଉଟ କରିଛନ୍ତି ।

ଏହି ଫିଚର ମାଧ୍ୟମରେ ଆପଣ ୬୦ ସେକେଣ୍ଡର ଭିଡିଓ ଚାଟ କରିବା ସମୟରେ ରେକର୍ଡ କରି ସାମ୍ନା ପଟ ଲୋକଙ୍କୁ ପଠାଇପାରିବେ । ପଠାଯିବା ଭିଡିଓ ଆପେ ଆପେ ମ୍ୟୁଟ ରହିବ । ୟୁଜର୍ସଙ୍କୁ ଟ୍ୟାପ କରି ଏହାର ଅଡିଓ ଖୋଲିବାକୁ ହେବ । ଏହା ପ୍ରକୃତରେ ଏକ ଭଲ ବିକଳ୍ପ କାରଣ ବହୁବାର ଅମେ ଏପରି ସ୍ଥାନରେ ଥିବା ଯେଉଁଠାରେ ଆମେ ସିଧା ଅଡିଓକୁ ଶୁଣିପାରୁ ନାହିଁ । ଏହି ସମୟରେ ଆପଣ ଲୋକମାନଙ୍କୁ ବିନା ଅଡିଓର ଭିଡିଓ ସେୟାର କରିବାର ସୁଯୋଗ ମିଳିବ ।

ଭିଡିଓକୁ ରେକର୍ଡ କରିବା ଲାଗି ଆପଣଙ୍କୁ ଚାଟରେ ଭିଡିଓ ଆଇକନ ଉପରେ ଟ୍ୟାପ କରିବାକୁ ପଡିବ ଏବଂ ପୁଣି ଭିଡିଓକୁ ରେକର୍ଡ କରିବାକୁ ହେବ । ଯଦି ଆପଣ ହ୍ୟାଣ୍ଡସ୍ ଫ୍ରୀ ହୋଇ ଭିଡିଓ ରେକର୍ଡ କରିବାକୁ ଚାହୁଁଛନ୍ତି ତେବେ ଉପରକୁ ସ୍ୱାଇପ୍ ଅପ କରିବାକୁ ପଡିବ । ଏଥିରେ ଭିଡିଓ ଲକ୍ ହୋଇଯିବ ଏବଂ ଆପଣ ସହଜରେ ଫୋନକୁ ଯେକୌଣସି ସ୍ଥାନରେ ରଖି ଭିଡିଓ ରେକର୍ଡ କରିପାରିବେ । କମ୍ପାନୀ ଏହାର ୨ୟ ଫିଚରର ଭିଡିଓ ମେସେଜେସ ମଧ୍ୟ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପଟେଡ ହେବ । ହ୍ୱାଟ୍ସଆପ ଏହି ଅପଡେଟ ସମସ୍ତଙ୍କ ପାଇଁ ରୋଲଆଉଟ କରିବା ଆରମ୍ଭ କରିଦେଇଛି । ଯଦି ଆପଣଙ୍କୁ ଏହି ଅପଡେଟ ମିଳିନାହିଁ ତେବେ ଆଉଥରେ ଆପଣ ଆପକୁ ଅପଡେଟ କରନ୍ତୁ ।

Get real time updates directly on you device, subscribe now.