fbpx
BJD SKY
BJD SKY

Word Hepatitis Day: ଲିଭର ସିରୋସିସ ଓ ଲିଭର ଡ୍ୟାମେଜ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି, ଏହାର ପ୍ରତିକାର କ’ଣ

BJD

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ହେପାଟାଇଟିସ୍ ଦିବସ । ଯେତେ ସଚେତନତା କରାଗଲେ ମଧ୍ୟ ଏହି ବୀମାରୀରେ ପ୍ରତିବର୍ଷ ଲକ୍ଷାଧିକ ଲୋକ ମୃତ୍ୟୁବରଣ କରୁଛନ୍ତି । ଏହାକୁ ରୋକିବା ପାଇଁ ଭ୍ୟାକ୍ସିନ ଉପଲବ୍ଧ ରହିଥିଲେ ହେଁ ଏହା ବହୁତ ଘାତକ ହୋଇଥାଏ । ଏହି ବୀମାରୀ କାରଣରୁ ଲିଭର ବା ଯକୃତ ସମ୍ପୂର୍ଣ୍ଣ ଭାବେ ଡ୍ୟାମେଜ ହେବା ସହିତ କ୍ୟାନସରର ଆଶଙ୍କା ମଧ୍ୟ ରହିଥାଏ । ଆମ ପେଟର ଡାହାଣ ପଟେ ରହିଥିବା ଏହି ଅଙ୍ଗ ଲିଭରକୁ ‘ହେପାଟସ’ କୁହାଯାଇଥାଏ । ତେବେ ଲିଭରର ପ୍ରଦାହକୁ ‘ହେପାଟାଇଟସ୍’ କୁହାଯାଏ ।

ସୁସ୍ଥ ଜୀବନ ଯାପନ ପାଇଁ ଯକୃତର ଯତ୍ନ ନେବା ନିହାତି ଜରୁରୀ । ଏହା ଆମର ଖାଦ୍ୟକୁ ହଜମ କରାଇବାରେ ସାହାଯ୍ୟ କରିବା ସହିତ ଶରୀର ଭିତରକୁ ପ୍ରବେଶ କରୁଥିବା ବିଷାକ୍ତ ଉପାଦାନକୁ ଏହା ପ୍ରତିହତ କରିଥାଏ । ଯକୃତକୁ ‘ଶରୀରର ରୋଷେଇଶାଳା’ କୁହାଯାଇଥାଏ । ହେପାଟାଇଟିସ ‘ଏ’, ‘ବି’, ‘ସି’, ‘ଡି’ ଓ ‘ଇ’ ଆଦି ଏକାଧିକ ପ୍ରକାରର ରହିଥାଏ । ‘ବି’ ଓ ‘ସି’ ଅତ୍ୟଧିକ ଘାତକ ହେବା ସହିତ ଏଥିରେ ମୃତ୍ୟୁହାର ଅôଧକ ରହିଥାଏ । ଠିକ୍ ସମୟରେ ଚିକିତ୍ସା କରାନଗଲେ ଯକୃତ ସିରୋସିସ, ଯକୃତ କ୍ୟାନସର ଓ ଯକୃତ ଡ୍ୟାମେଜ୍ ହୋଇପାରେ ।

ହେପାଟାଇଟିସ ବୀମାରୀ ଲିଭରକୁ ସମ୍ପୂର୍ଣ୍ଣ ଭାବେ ଖରାପ କରିଦେଇପାରେ । ତେଣୁ ଏଥିରୁ ବର୍ତ୍ତିବାକୁ ହେଲେ ଏହାର ଲକ୍ଷଣ ବିଷୟରେ ଜାଣିବା ନିହାତି ଜରୁରୀ । ହାଲୁକା ଥଣ୍ଡା ହେବା, ଭୋକ କମ୍ ଲାଗିବା, ପେଟରେ ଯନ୍ତ୍ରଣା ହେବା, ସର୍ବଦା ଥକ୍କାପଣ, ପରିସ୍ରାର ରଙ୍ଗ ବଦଳିବା, ଚର୍ମ ହଳଦିଆ ହେବା ଆଦି ଏହାର ଲକ୍ଷଣ । ଯଦି ଜଣେ ବ୍ୟକ୍ତି ଲଗାତର ଭାବେ ମଦ୍ୟପାନ କରେ, ତେବେ ଲିଭର ଡ୍ୟାମେଜ ହେବା ସହିତ ସିରୋସିସ୍ ହୋଇଥାଏ ।

ଲିଭର ଅକାମୀ ହେଲେ ଆଖି ହଳିଦିଆ ଦେଖାଯିବା, କଳାଝାଡ଼ା ହେବା, ରକ୍ତବାନ୍ତି ହେବା, ଦୁର୍ବଳ ଲାଗିବା ଆଦି ଲକ୍ଷଣ ସବୁ ଦେଖାଦେଇଥାଏ । ଯଦି ପୁରୁଷମାନେ ଦିନକୁ ୪୦-୮୦ ଗ୍ରାମ ଓ ମହିଳାମାନେ ୨୦-୪୦ ଗ୍ରାମ ମଦ୍ୟପାନ କରନ୍ତି ତେବେ ସେମାନଙ୍କର ଲିଭର ଡ୍ୟାମେଜ ହେବାର ଆଶଙ୍କା ବଢ଼ିଯାଇଥାଏ । ଖରାପ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଅଭ୍ୟାସ ଲିଭର ଜନିତ ବିମାରୀକୁ ଡାକି ଆଣିଥାଏ । ବାହାର ଖାଦ୍ୟ ଓ ଜଙ୍କ ଫୁଡ ଖାଇବା ଫଳରେ ନନ ଆଲକୋହଲିକ ଫ୍ୟାଟି ଲିଭର ଡିଜିଜ, ହେପାଟାଇଟିସ, ହେପାଟାଇଟିସ ଏ, ଲିଭର କ୍ୟାନସର, ଲିଭର ସିରୋସିସ ହେବାର ସମ୍ଭାବନା ରହିଥାଏ ।
ଏଥିରୁ ବର୍ତ୍ତିବାକୁ ହେଲେ ଆପଣମାନେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ସହିତ ନିୟମିତ ବ୍ୟାୟାମ କରନ୍ତୁ, ଅନହେଲଦୀ ଫୁଡକୁ ଆଭଏଡ କରନ୍ତୁ, ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ଷ୍ଟ୍ରେସ କମ୍ କରିବା ପାଇଁ ମେଡିଟେସନ କରନ୍ତୁ ।

Get real time updates directly on you device, subscribe now.