fbpx

ଖଟ ମଜଭୁତ୍ କି ନାହିଁ ବୋଲି ଖେଳାଳି ଉଠାଇଲେ ପ୍ରଶ୍ନ, ବଣ୍ଟାଯିବ କଣ୍ଡୋମ…

ଓଡ଼ିଶା ଭାସ୍କର ବ୍ୟୁରୋ: ଟୋକିଓ ଅଲିମ୍ପିକ-୨୦୨୦ ଆସନ୍ତା ୨୩ ଜୁଲାଇରୁ ଆରମ୍ଭ ହେବ । ବିଶ୍ୱର ସବୁଠୁ ବଡ଼ କ୍ରୀଡ଼ା ମହାକୁମ୍ଭ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ । ତେବେ କ୍ରୀଡ଼ା ଗ୍ରାମରେ ଖେଳାଳିଙ୍କ ବିଶ୍ରାମ ପାଇଁ ତିଆରି ହୋଇଛି କାର୍ଡବୋର୍ଡ ଖଟ । ଆଉ ଏହାକୁ ନେଇ ଅନେକ କ୍ରୀଡ଼ାବିତ୍ ପ୍ରଶ୍ନ ଉଠାଇଛନ୍ତି । ସେମାନଙ୍କ ସନ୍ଦେହ ଯେ ଏଭଳି ଖଟ ମଜଭୁତ୍ ନୁହେଁ । ହେଲେ ଅନ୍ୟ ଖଟ ଭଳି ଏହି କାର୍ଡବୋର୍ଡ ଖୁବ୍ ମଜଭୁତ ବୋଲି ସ୍ପଷ୍ଟ କରିଛି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) । ଅନ୍ୟପକ୍ଷରେ ସମସ୍ତ କଟକଣା ଜାରି କରାଯିବ ସହ ଖେଳାଳିଙ୍କ ପିଛା ୧୪ଟି ଲେଖାଏଁ କଣ୍ଡୋମ ଦିଆଯିବ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ ସହମତି ଭିତ୍ତିରେ ଖେଳାଳିମାନେ ସହବାସ କରିଥାନ୍ତି । ସେ ଦୃଷ୍ଟିରୁ ମିଳନ ପାଇଁ ଉକ୍ତ କାର୍ଡବୋର୍ଡ ଖଟ କେତେଦୂର ଶକ୍ତ ବୋଲି ଦ୍ୱନ୍ଦ୍ୱ ଉଠିଥିଲା । ଏହାପରେ ଇରିଶ ଜିମ୍ନାଷ୍ଟ ରିସ୍ ମ୍ୟାକକ୍ଲେନଘାନ ଏକ ଭିଡିଓ ସେଆର୍ କରିଥିଲେ । ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଥିବା ଉକ୍ତ ଭିଡିଓରେ ସେ ସ୍ପଷ୍ଟ କରିଛନ୍ତି ଯେ କାର୍ଡବୋର୍ଡ ଖଟ ଖୁବ୍ ଶକ୍ତ । ଅନ୍ୟ ଖଟ ତୁଳନାରେ ଏହା ଆଦୌ ଦୁର୍ବଳ ନୁହେଁ । ଭିଡିଓରେ ସେ ଖଟ ଉପରେ ଡେଉଁଥିବା ମଧ୍ୟ ଦେଖାଯାଇଛି । ଅନ୍ୟପକ୍ଷରେ କୋଭିଡ୍ କଟକଣା କଡ଼ାକଡ଼ି ଭାବେ କ୍ରୀଡ଼ା ଗ୍ରାମରେ ଲାଗୁ ହୋଇଛି । ସାମାଜିକ ଦୂରତା ବଜାୟ ରଖିବା ସହ ପରସ୍ପର ସଂସ୍ପର୍ଶରେ ନଆସିବାକୁ କୁହାଯାଇଛି । ତେବେ ଟୋକିଓ ଅଲିମ୍ପିକ୍ସ ଅବସରରେ ୧ ଲକ୍ଷ ୬୦ ହଜାର କଣ୍ଡୋମ ବଣ୍ଟାଯିବ ବୋଲି ମଧ୍ୟ ସୂଚନା ମିଳିଛି । କିନ୍ତୁ କଣ୍ଡୋମ ବ୍ୟବହାର ନେଇ ସତର୍କ କରାଇଛି ଆଇଓସି । ଏହାକୁ ସ୍ମାରକୀ ଭାବେ ରଖାଯାଇପାରିବ ଓ କ୍ରୀଡ଼ାବିତମାନେ ଘରକୁ ନେଇପାରିବେ ବୋଲି କୁହାଯାଇଛି ।

ଏଠାରେ ସ୍ମରଣଯୋଗ୍ୟ ଯେ ଆଇଓସି ପକ୍ଷରୁ ୧୯୮୮ରେ ପ୍ରଥମ ଥର ପାଇଁ ଖେଳାଳିଙ୍କୁ କଣ୍ଡୋମ ବଣ୍ଟା ଯାଇଥିଲା । ବ୍ରାଜିଲିର ରିଓ ଅଲିମ୍ପିକରେ ୪ ଲକ୍ଷ ୫୦ ହଜାର କଣ୍ଡୋମ ମଧ୍ୟ ଦିଆଯାଇଥିଲା । ସେହିପରି ଟୋକିଓ ଅଲିମ୍ପିକରେ ଭାଗ ନେଉଥିବା ୧୧ ହଜାର କ୍ରୀଡ଼ାବିତଙ୍କୁ ୧୪ଟି ଲେଖାଏଁ କଣ୍ଡୋମ ଦିଆଯିବ ବୋଲି ଜଣାପଡ଼ିଛି । କିନ୍ତୁ ଆଇଓସି ପକ୍ଷରୁ ୩୩ ପୃଷ୍ଠା ବିଶିଷ୍ଟ ଏକ ପ୍ଲେ ବୁକ୍ ଜାରି କରାଯାଇଛି ଏବଂ ସେଥିରେ କ୍ରୀଡ଼ାବିତଙ୍କୁ ଶାରୀରିକ ସମ୍ପର୍କ କମ୍ କରିବା ନିମନ୍ତେ କୁହାଯାଇଛି ।

Get real time updates directly on you device, subscribe now.