fbpx

ଆମାଜନ ମାଲିକଙ୍କ ମହାକାଶରେ ୧୦ ମିନିଟିଆ ଟ୍ରିପ୍

ନୂଆଦିଲ୍ଲୀ: ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ମହକାଶ ଯାତ୍ରା କରି ଫେରିଛନ୍ତି । ସମୁଦାୟ ପ୍ରକ୍ରିୟାକୁ ମାତ୍ର ୪୫ ମିନିଟ ସମୟ ଲାଗିଥିବା ବେଳେ ବେଜୋସ୍ ମହାକାଶରେ ୧୧ ମିନିଟ୍ ବିତାଇଥିଲେ । ବେଜୋସଙ୍କ ସହିତ ତାଙ୍କ ଭାଇ ମାର୍କ ବେଜୋସ୍, ୮୨ ବର୍ଷୀୟ ମହିଳା ପାଇଲଟ୍ ୱାଲି ଫଙ୍କ ଏବଂ ଜଣେ ୧୮ ବର୍ଷୀୟ ଛାତ୍ର । ବେଜୋସଙ୍କ କମ୍ପାନୀ ବ୍ଲୁ ଫିଲ୍ଡ ପକ୍ଷରୁ ନିର୍ମାଣ କରାଯାଇଥିବା ସ୍ପେସ ସିପ୍ ନ୍ୟୁ ଶେଫର୍ଡରେ ଏହି ୪ ଯାତ୍ରୀ ମହାକାଶ ଯାତ୍ରା କରିଥିଲେ । ମଙ୍ଗଳବାର ମହାକାଶ ଯାତ୍ରା କରିବା ସହିତ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି ।

ଏହି ୪ ଜଣ ମହାକାଶରେ ୧୦ ମିନିଟ ସେକେଣ୍ଡ ବିତାଇଥିଲେ । ୫୭ ବର୍ଷୀୟ ବେଜୋସ୍ ଦ୍ୱିତୀୟ ଅରବପତି ବ୍ୟକ୍ତି ଭାବରେ ମହାକାଶ ଯାତ୍ରା କରୁଛନ୍ତି । ୨୦୦୦ ମସିହାରେ ବେଜୋସ ବ୍ଲ୍ୟୁ ଫିଲ୍ଡ ସ୍ଥାପନ କରିଥିବା ବେଳେ ଦୀର୍ଘ ୨୧ ବର୍ଷ ପରେ ନିଜର ମହାକାଶଚାରୀ ହେବାର ସ୍ୱପ୍ନ ସାକାର କରିଛନ୍ତି । ଯାତ୍ରା ଆରମ୍ଭର ୩ ମିନିଟ ପରେ ବୁଷ୍ଟରରୁ କ୍ୟାପସୁଲ( ମହାକାଶଚାରୀଙ୍କୁ ଧାରଣ କରୁଥିବା ବାକ୍ସ) ଅଲଗା ହୋଇଯାଇଥିଲା । ପରେ ପୃଥିବୀକୁ ଫେରିବା ସହିତ ଏକ ମରୁଭୂମିରେ ଲଞ୍ଚ କରିଥିଲେ ୪ ମହାକାଶଚାରୀ । ଫେରିବା ସମୟରେ କ୍ୟାପସୁଲର ବେଗ ୩୦୦୦ କିମି ପ୍ରତି ଘଣ୍ଟା ରହିଥିଲା । ପାରାଚୁଟ୍ ଖୋଲିବା ପରେ ଏହି ବେଗ ୨୬ କିମିକୁ ହ୍ରାସ ପାଇଥିଲା । ଅବତରଣ ବେଳକୁ ଏହି ବେଗ ୧.୬ କିମିରେ ପହଞ୍ଚିଥିଲା ।

୧୮ ବର୍ଷୀୟ ଛାତ୍ର ଡାମେନ ଏହି ଯାତ୍ରା ପାଇଁ ୨୮ ମିଲିୟନ ଡଲାର ପ୍ରଦାନ କରିଥିବା ବେଳେ ୮୨ ବର୍ଷୀୟ ଫଙ୍କ ଜଣେ ପେଶାଦାର ପାଇଲଟ୍ ଅଟନ୍ତି । ଜେଫ୍ ବେଜୋସ ବିଶ୍ୱର ୫୭୧ ତମ ମହାକାଶଚାରୀ ହେବାର ମାନ୍ୟତା ହାସଲ କରିଛନ୍ତି । ବେଜୋସଙ୍କ ଏହି କାରନାମା ବର୍ତ୍ତମାନ ଏଲନ ମସ୍କଙ୍କ ଟେସଲା ପାଇଁ ନୂତନ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Get real time updates directly on you device, subscribe now.