fbpx

ବୁଲେଟ୍ ଠାରୁ ମହଙ୍ଗା ଛେଳି; ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍

ନୂଆଦିଲ୍ଳୀ: ଛେଳି ଗୁଡିକର ଦାମ ସାଧାରଣତଃ ୨୦ରୁ ୨୫ ହଜାର ମଧ୍ୟରେ ରହିଥାଏ । ତେବେ ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ଦୁଇଟି ଛେଳି କିଣି ଚର୍ଚ୍ଚାରେ ରହିଛନ୍ତି । ଛେଳିର ମୂଲ୍ୟରେ ଆପଣ କିଣି ପାରିବେ ବୁଲେଟ୍ ଗାଡି । ବୁଲେଟର ମୂଲ୍ୟ ୨.୨୦ ଲକ୍ଷ ରହୁଥିବା ବେଳେ ଏହି ଛେଳି ଦୁଇଟିକୁ ବ୍ୟକ୍ତି ଜଣଙ୍କ ସାଢେ ୪ ଲକ୍ଷ ଟଙ୍କାରେ କିଣିଛନ୍ତି । ଗୋମତୀ ନଦୀ ନିକଟରେ ରହିଥିବା ଏକ ବଜାରରେ ମଙ୍ଗଳବାର ଏହି ଛେଳି ଦୁଇଟିକୁ କିଣିଛନ୍ତି ଜଣେ ବ୍ୟକ୍ତି ।

ଏହି ଦୁଇଟି ଛେଳିର ଓଜନ ଯଥାକ୍ରମେ ୧୭୦ ଓ ୧୫୦ କିଗ୍ରା ରହିଛି । ଏହି ଛେଳିଙ୍କ ଦୈନିକ ଖାଦ୍ୟ ପାଇଁ ୬୦୦ ଟଙ୍କା ଖର୍ଚ୍ଚ କରାଯାଉଥିବା କହିଛନ୍ତି ବିକ୍ରେତା । ଦୁଇଟି ଯାକ ଛେଳିଙ୍କ ବୟସ ଦୁଇ ବର୍ଷ ହୋଇଥିବା ବେଳେ ସେମାନଙ୍କୁ କାଜୁବାଦାମ, ପିସ୍ତା, ବାଦାମ, ମିଠା ଏବଂ ମହଙ୍ଗା ଜୁସ୍ ପିଇବାକୁ ଦିଆଯାଇଥାଏ । ଏହି ଛେଳି ଦୁଇଟି ନିୟମିତ ଭାବରେ ଗାଧୋଇଥାନ୍ତି ବୋଲି ମାଲିକ ପ୍ରକାଶ କରିଛନ୍ତି । ଇଦ୍ ଅଲ ଆଧାକୁ ଦୃଷ୍ଟିରେ ରଖି ଏହି ଛେଳି କିଣାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୨୧ରେ ସମଗ୍ର ଦେଶରେ ଇଦ୍ ଅଲ ଆଧା ବା ବକରୀ ଇଦ ପାଳନ କରାଯାଇଥାଏ ।

Get real time updates directly on you device, subscribe now.