fbpx

ପୁଅ ସହ ମା’ କଲା ଏମିତି କିଛି, ଲୋକେ କହିଲେ ଛି…ଛି…

ଓଡ଼ିଶା ଭାସ୍କର ବ୍ୟୁରୋ: ସମ୍ପ୍ରତି ସୋସିଆଲ୍ ମିଡିଆ ପ୍ଳାଟଫର୍ମରେ ଲୋକେ ନିଜର ଅନେକ ଭାବ, ପ୍ରସଙ୍ଗ, ଫଟୋ, ଭିଡିଓ ଆଦି ସେଆର୍ କରୁଛନ୍ତି । ବିଶେଷକରି ବିଭିନ୍ନ ସୋସିଆଲ୍ ମିଡିଆରେ ୟୁଜର୍ସମାନେ ଦୁଃଖ-ସୁଖର ମୁହୂର୍ତ୍ତ ପୋଷ୍ଟ କରୁଥିବା ଦେଖାଯାଉଛି । କେତେକ କ୍ଷେତ୍ରରେ ପବ୍ଲିସିଟି ପାଇବାକୁ ଅନେକ ଆତ୍ମପ୍ରଚାର କରୁଥିବା ମଧ୍ୟ କୁହାଯାଉଛି । ସେହିପରି ସେ ସେଲଫି ହେଉକି କିଛି ଏକାନ୍ତ ବ୍ୟକ୍ତିଗତ ଫଟୋ-ଭିଡିଓ ମଧ୍ୟ ୟୁଜର୍ସମାନେ ସେଆର୍ କରୁଥିବା ଦେଖାଯାଉଛି । ହେଲେ ଏଭଳି ଟ୍ରେଣ୍ଡିଂରେ ପଡ଼ି ଜଣେ ମହିଳା ସବୁ ସୀମା ପାର କରିଯାଇଛନ୍ତି । ଭୁଲି ଯାଇଛନ୍ତି ଯେ ସେ କାହା ସହ ଫଟୋ ଉଠାଉଛନ୍ତି ଆଉ କେଉଁଭଳି ଢଙ୍ଗରେ? ଆଉ ସେସବୁକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ପରେ ସାଧାରଣରେ ଗଭୀର ନିନ୍ଦା କରାଯିବା ସହ ଟ୍ରୋଲ୍ ହେଉଛନ୍ତି ମହିଳା ଜଣଙ୍କ ।

ଦିଲ୍ଲୀରେ ରହୁଥିବା ମହିଳା ଜଣଙ୍କ ଲୋକପ୍ରିୟ ହେବା ପାଇଁ ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ତେବେ ତାହା ସାଧାରଣ ଭିଡିଓ ନଥିଲା । ୧୦-୧୨ ବୟସର ଜଣେ ନାବାଳକ ସହ ମହିଳା ଜଣଙ୍କ ଆପତ୍ତିଜନକ ଶୈଳୀରେ ନୃତ୍ୟ କରୁଥିବା ଦେଖାଯାଇଛି । ଏଭଳି ଅଶ୍ଳୀଳପୂର୍ଣ୍ଣ ଢଙ୍ଗରେ ନାଚୁଥିବା ମହିଳା ଜଣଙ୍କ ନାବାଳକ ଜଣଙ୍କ ତାଙ୍କ ପୁଅ ବୋଲି ଦାବି କରିଛନ୍ତି । ଏହି ଘଟଣାରେ ଦିଲ୍ଲୀ ମହିଳା କମିସନ ନିଜ ଆଡୁ ଆପତ୍ତି ଉଠାଇବା ସହ ସମ୍ପୃକ୍ତ ମହିଳାଙ୍କ ନାମରେ ମାମଲା ରୁଜୁ କରିବା ପାଇଁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ମହିଳା କମିସନଙ୍କ ପକ୍ଷରୁ କୁହାଯାଇଛି ଯେ, ଏଭଳି ଆଚରଣ ଓ ଉଦ୍ଦଣ୍ଡ ନୃତ୍ୟ ମା’-ପୁଅର ପବିତ୍ର ସମ୍ପର୍କକୁ କଳଙ୍କିତ କରୁଛି । ଏଥିସହ ଏଭଳି ଛୋଟ ବୟସର ପିଲାକୁ ନିଜ ମା’ ଏମିତି କୁସଂସ୍କାର ମୂଳକ ଆଚରଣ ଶିଖାଇବା ଘଟଣାକୁ ନେଇ ନିନ୍ଦା କରିବା ସହ ଚକିତ ହୋଇଛନ୍ତି କମିସନ । ପିଲାଟି ବଡ଼ ହେଲେ ଝିଅମାନଙ୍କ ପ୍ରତି କିଭଳି ଦୃଷ୍ଟିଭଙ୍ଗୀ ରଖିବ ଏବଂ ଅପରାଧିକ ମନସ୍ତତ୍ତ୍ୱ ବଢ଼ାଇବା ଲାଗି ତାଙ୍କ ମା’ ନିଶ୍ଚିତ ଭାବେ ଦାୟୀ ବୋଲି ମଧ୍ୟ ଭର୍ତ୍ସନା କରିଛନ୍ତି କମିସନ । ସମ୍ପୃକ୍ତ ମହିଳାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ପିଲାଟିକୁ କାଉନ୍ସେଲିଂ କରି ଭଲ-ମନ୍ଦ ଶିକ୍ଷା ଦେବାକୁ ମହିଳା କମିସନ ନୋଟିସ୍ ଜାରି କରିଛନ୍ତି ।
ଅନ୍ୟପକ୍ଷରେ ଏଭଳି ଆପତ୍ତିଜନକ ଭିଡିଓକୁ ସମ୍ପୃକ୍ତ ମହିଳା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯେଉଁଥିରେ ତାଙ୍କର ୧ ଲକ୍ଷ ୬୦ରୁ ଅଧିକ ଫଲୋର୍ସ ରହିଛନ୍ତି । ତେବେ ଚାରିଆଡୁ ନିନ୍ଦା ଓ ଅଭିଯୋଗ ହେବା ପରେ ଉକ୍ତ ଭିଡିଓଟି ଡିଲିଟ୍ କରିଦିଆଯାଇଛି ।

Get real time updates directly on you device, subscribe now.