fbpx

ବଢ଼ିଚାଲିଛି ସଂକ୍ରମଣ: ରାଜଧାନୀରୁ ୨ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସୋମବାର ଦିନ କୋଭିଡ୍ ଭାଇରସ୍ ର ଓମିକ୍ରନ୍ ଭାରିଆଣ୍ଟ୍ ର ଦୁଇଟି ନୂତନ ମାମଲା ସାମନାକୁ ଆସିଛି । ଏହି ଦୁଇ ସଂକ୍ରମିତଙ୍କୁ ମିଶାଇ ରାଜଧାନୀ ଦିଲ୍ଲୀରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହୋଇଯାଇଛି । ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହି ୨୪ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କୁ ଡିସଚାର୍ଜ କରିଦିଆଯାଇଛି ଓ ଅନ୍ୟ ୧୨ ଜଣ ଚିକିତ୍ସା ଚାଲିଛି । ଦେଶରେ ବର୍ତ୍ତମାନ ୧୬୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି ।

ସୂଚନା ଯୋଗ୍ୟ, ଏବେ ସୁଦ୍ଧା ଦେଶର ୧୨ଟି ରାଜ୍ୟରେ ଓମିକ୍ରନ୍ ବ୍ୟାପିଛି । ମହାରାଷ୍ଟ୍ରରେ ସର୍ବାଧିକ ୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪, ତେଲେଙ୍ଗାନାରେ ୨୦, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୧୯, ଗୁଜୁରାଟରେ ୯, କେରଳରେ ୧୧, ଉତ୍ତରପ୍ରଦେଶରେ ଦୁଇଜଣ, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ତାମିଲନାଡୁ ଏବଂ ପଶ୍ଚିମରେ ଜଣେ ବ୍ୟକ୍ତି ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଓମିକ୍ରନ୍ ମାମଲା ବର୍ତ୍ତମାନ ୧୬୦ ରେ ପହଞ୍ଚିଛି।

Get real time updates directly on you device, subscribe now.