fbpx

ଆରଆଇଙ୍କୁ ଅଫିସରେ ମରଣାନ୍ତକ ଆକ୍ରମଣ

ଆନନ୍ଦପୁର(ଓଡ଼ିଶା ଭାରସ୍କର): ଆନନ୍ଦପୁର ଆରଆଇ ସୀମା ସିମନ୍ତିନୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ । ଅଫିସ ଭିତରେ ପଶି ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ଆକ୍ରମଣରେ ଗୁରୁତର ହୋଇଥିବା ସୀମା ସିମନ୍ତିନୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି । ଆକ୍ରମଣ କରିବା ଅଭିଯୋଗରେ ବାଙ୍ଖିଡ଼ି ଗାଁର ଜଣକୁ ଅଟକ ରଖାଯାଇଛି । ଅଟକ ଯୁବକ ଜଣକ ହେଉଛନ୍ତି ବାଙ୍ଖିଡ଼ି ଗାଁର ଗୋବିନ୍ଦ ଜେନା। ତେବେ ଆକ୍ରମଣ କରିବାର କାରଣ ଅସ୍ପଷ୍ଟ ରହିଛି । ଘଟଣାକୁ ନେଇ ଛାନଭିନ୍ କରୁଛି ପୋଲିସ ।

Get real time updates directly on you device, subscribe now.