fbpx

ଐଶ୍ୱର୍ଯ୍ୟା ରାୟଙ୍କୁ ଇଡିର ସମନ, ଜାଣନ୍ତୁ କେଉଁ କେସରେ ଫସିଲେ ଅଭିନେତ୍ରୀ?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ସମନ । ପାନାମ ପେପର ଲିକ୍ ମାମଲାରେ ଐଶ୍ୱର୍ଯ୍ୟାଙ୍କୁ ସମନ ପଠାଯାଇଥିବା ଜଣାପଡିଛି । ଐଶ୍ୱର୍ଯ୍ୟାଙ୍କୁ ପଚରାଉଚରା ପାଇଁ ଡାକିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଏହା ପୂର୍ବରୁ ଐଶ୍ୱର୍ଯ୍ୟାଙ୍କୁ ୨ ଥର ସମନ ପଠାଯାଇଥିଲା, କିନ୍ତୁ ୨ ଥର ଯାକ ସେ ନୋଟିସ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ।

ତେବେ ପାନାବ ପେପର ଲିକ ମାମଲାରେ ଗୋଟିଏ କମ୍ପାନୀ Mossack Fonseca)ର ଆଇନଗତ ଡକ୍ୟୁମେଣ୍ଟ ଲିକ୍ ହୋଇଥିଲା । ଏଥିରେ ଜଣାପଡିଲା ଯେ, ୪୨୪ ଭାରତୀୟଙ୍କ ଆକାଉଣ୍ଟ ବିଦେଶ ବ୍ୟାଙ୍କରେ ରହିଛି । ଏଥିରେ କିଛି ରାଜନେତାଙ୍କ ସହିତ ଚଳଚ୍ଚିତ୍ର ଦୁନିଆର କଳାକାରଙ୍କ ନାଁ ମଧ୍ୟ ରହିଛି । ଏଥିରେ ଐଶ୍ୱର୍ଯ୍ୟା ରାୟଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ନାଁ ମଧ୍ୟ ରହିଛି ।

Get real time updates directly on you device, subscribe now.