fbpx

ଓମିକ୍ରନର ଏହା ହେଉଛି ପ୍ରଥମ ଲକ୍ଷଣ, ସଂକ୍ରମଣ ବ୍ୟାପିବା ପୂର୍ବରୁ ରୁହନ୍ତୁୁ ସାବଧାନ

ଭୁବନେଶ୍ୱର : ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଅତିକ୍ରମ ହୋଇ ସାରିଛି । ଦ୍ରୁତ ଗତିରେ ବଢ଼ିଚାଲିଥିବା କରୋନାର ନୂଆ ଭାରିଆଣ୍ଟ ଡେଲଟା ତୁଳନାରେ ଅଧିକ ସଂକ୍ରମଣର କ୍ଷମତା ରଖୁଛି । ଡେଲଟା ତୁଳନାରେ ଓମିକ୍ରନର ଲକ୍ଷଣ କିଛି ଅଲଗା ରହିଛି । ଓମିକ୍ରନର ଅନେକ ଲକ୍ଷଣ ସାମ୍ନାକୁ ଆସିଥିବା ବେଳେ ଦକ୍ଷିଣ ଆଫ୍ରିକାର ହେଲଥ୍ ଏକ୍ସପର୍ଟଙ୍କ ଅନୁସାରେ ଓମିକ୍ରନର ପ୍ରଥମ ଲକ୍ଷଣ ଆପଣଙ୍କୁ ଏହାର ସଙ୍କେତ ଦେଇଥାଏ । ଯଦି ଆପଣ ଏହାକୁ ଧ୍ୟାନ ଦେବେ ତେବେ ଆପଣ ଏହାର ସଂକ୍ରମଣରୁ ରକ୍ଷା ପାଇପାରିବେ ।

ଓମିକ୍ରନର ପ୍ରଥମ ଲକ୍ଷଣ : ଓମିକ୍ରନର ପ୍ରଥମ ଲକ୍ଷଣ ଆପଣଙ୍କ କଥାବାର୍ତ୍ତା ବା ସ୍ୱରରୁ ଜଣାପଡିଥାଏ । ଯଦି ଆପଣ ଓମିକ୍ରନ ସଂକ୍ରିମିତ ଅଛନ୍ତି, ତେବେ ଆପଣଙ୍କ ସ୍ୱର କର୍କଶ ଓ ଫାଟିଥିବା ପରି ଲାଗିବ ବା ବସିଗଲା ପରି ଲାଗିବ । ବିଶେଷଜ୍ଞ ଅନୁସାରେ ଏହା ଓମିକ୍ରନର ପ୍ରଥମ ଲକ୍ଷଣରୁ ଗୋଟିଏ । ତେଣୁ ଆପଣ ସତର୍କ ହୋଇଯିବା ଉଚିତ୍ ।

ଡାକ୍ତରଙ୍କ କହିବା ଅନୁସାରେ ଡେଲଟା ତୁଳନାରେ ଓମିକ୍ରନ ଅଧିକ ସଂକ୍ରାମକ । ଜଣେ ସଂକ୍ରମିତଙ୍କ ଗଳାରୁ ମଧ୍ୟ ଆପଣ ଲକ୍ଷଣ ଜାଣିପାରିବେ । ଏହା ସହ କାଶ , ଛିଙ୍କ , ନାକ ବନ୍ଦ,ପିଠି ବିନ୍ଧିବା ଭଳି ଲକ୍ଷଣ ଦେଖାଦେଇଥାଏ ।

ୟୁକେ, ଦକ୍ଷିଣ ଆଫ୍ରିକା ଓ ଆମେରିକା ରିପୋର୍ଟରୁ ଜଣାପଡିଛି ଯେ ନାକବନ୍ଦ, ମୁଣ୍ଡ ବିନ୍ଧା, ଥକି ପଡିବା,ବାରମ୍ବାର ଛିଙ୍କ ମାଡିବା, ରାତିରେ ଝାଳ ବାହାରିବା ,ଶରୀର ବିନ୍ଧିବା ଓମିକ୍ରନର ପ୍ରଥମ ଲକ୍ଷଣ ଅଟେ । ଓମିକ୍ରନ ଉପରେ ଷ୍ଟଡି କରୁଥିବା ଏକ୍ସପର୍ଟ ଏକ ୟୁଟ୍ୟୁବ ଭିଡିଓ ଜାରି କରି ଓମିକ୍ରନ ସଂକ୍ରମିତ ଲୋକମାନଙ୍କ ଠାରୁ ସେମାନମଙ୍କ ମତା ମତ ନେଇଛନ୍ତି । ଏଥିରେ ଜଣାପଡିଛି ଯେ କୋଭିଡ ଭଳି ଓମିକ୍ରନରେ ମଧ୍ୟ ଗଳା ଖରାପ ହୋଇଥାଏ ।

 

Get real time updates directly on you device, subscribe now.