fbpx

୨ ଘଣ୍ଟାରେ ଆସିବ ଓମିକ୍ରନ୍ ଟେଷ୍ଟ ରେଜଲ୍ଟ, ICMR ତିଆରି କଲା ସ୍ୱତନ୍ତ୍ର RT-PCR କିଟ୍

AAKASH

ନୂଆଦିଲ୍ଲୀ: ଏଣିକି ଦୁଇ ଘଣ୍ଟାରେ ଜାଣିପାରିବେ ଆପଣ ଓମିକ୍ରନ୍ ସଂକ୍ରମିତ କି ନୁହେଁ । ହଁ ଏହା ସମ୍ପୂର୍ଣ୍ଣ ସତ । ଆସାମର ବୈଜ୍ଞାନିକ ମାନେ ଏକ କିଟ୍ ପ୍ରସ୍ତୁତ କରିଛନ୍ତି ଯାହା ସାହାଯ୍ୟରେ ଆପଣ ମାନେ ସହଜରେ ମାତ୍ର ଦୁଇ ଘଣ୍ଟାରେ ଓମିକ୍ରନ ରେଜଲ୍ଟ ପାଇପାରିବେ । ଏହି କିଟ୍ ସମ୍ପୂର୍ଣ୍ଣ ରୂପେ ମେଡ୍ ଇନ୍ ଇଣ୍ଡିଆ ଅଟେ । ଏଥିରେ ପରୀକ୍ଷା କରିବା ପାଇଁ ହାଇଡ୍ରୋଲିସିସ୍ ଆରଟି-ପିସିଆର୍ ସିଷ୍ଟମ୍ ଆପଣାଯାଇଥାଏ ।

ସୂଚନା ଅନୁସାରେ, ଆସାମ ସ୍ଥିତ ଦିବ୍ରୁଗଡ଼ ଆଇସିଏମଆର୍-ଆରଏମଆରସି ପକ୍ଷରୁ ଏହି ଟେଷ୍ଟିଂ କିଟ୍ ପ୍ରସ୍ତୁତ କରାଯାଇଛି । ଯାହା ମାତ୍ର ଦୁଇଘଣ୍ଟାରେ ଓମିକ୍ରନ୍ ଭାରିଆଣ୍ଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିପାରୁଛି । ଏଠାରେ ଡାକ୍ତର ବିଶ୍ୱ ବୋରକୋଟୋକୀ ଏହି କିଟ୍ କୁ ବିକଶିତ କରିଛନ୍ତି । ଡାକ୍ତର ବୋରକୋଟୋକୀ ଓ ଆଇସିଏମଆର୍ ର ଚିକିତ୍ସା ଅନୁସନ୍ଧାନ କେନ୍ଦ୍ରର ଟିକ୍ ରିୟଲ୍ ଟାଇମ୍ ଆରଟିପସିଆର୍ କିଟ୍ ପ୍ରସ୍ତୁତ କରିଛନ୍ତି । ଏହି କିଟ୍ ସମୟ ବଞ୍ଚାଇବା ସହିତ ଏୟାରପୋର୍ଟରେ ବ୍ୟବହାର କରିବା ପାଇଁ ପ୍ରଯୁଜ୍ୟ ।

ଲ୍ୟାବ୍ ଟେଷ୍ଟ ସମୟରେ ଏହା ୧୦୦ ପ୍ରତିଶତ ସଠିକ୍ ତଥ୍ୟ ଦେଉଛି । ଏବେ ଏହାର ଯାଞ୍ଚ ପୁଣେ ସ୍ଥିତ ନ୍ୟାସନାଲ୍ ବାୟରୋଲୋଜି ଇନଷ୍ଟିଚ୍ୟୁଟ୍ ରେ ଟେଷ୍ଟ କରାଯାଉଛି । ଖୁବ୍ ଶୀଘ୍ର ଏହାର ରେଜଲ୍ଟ ସାର୍ବଜନିକ କରାଯିବ । ଏହାକୁ କିଟ୍ କୁ ତିଆରି କରିବାର ଦାୟିତ୍ୱ ବର୍ତ୍ତମାନ ଜିସିସି ବାୟୋଟେକ୍ କୁ ଦିଆଯାଇଛି । ଆସନ୍ତା ସପ୍ତାହରେ ଏହି କିଟ୍ ଭାରତ ବଜାରରେ ଉପଲବ୍ଧ ହେବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.