fbpx
BJD
BJD SKY
BJD SKY

ପାକିସ୍ତାନ ଗସ୍ତରେ ଥିବା ୱେଷ୍ଟଇଣ୍ଡିଜ ଦଳରେ କରୋନା ବିସ୍ଫୋରଣ, ୩ ଖେଳାଳି ଟି-୨୦ ସିରିଜରୁ ବାହାର

ନୂଆଦିଲ୍ଲୀ : ପାକିସ୍ତାନ ଗସ୍ତରେ ସୀମିତ ଓଭର ସିରିଜ୍ ଖେଳିବାକୁ ଯାଇଥିବା ୱେଷ୍ଟଇଣ୍ଡିଜ କ୍ରିକେଟକୁ ଜୋରଦାର ଝଟକା । ଦଳରେ କରୋନା ବିସ୍ଫୋରଣ ଘଟିଛି । ଭ୍ରମଣକାରୀ ଦଳର ତିନି ଖେଲାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ତୁରନ୍ତ ଆଇସୋଲେଟ୍ କରାଯାଇଛି । ଏଥିସହ ଡିସେମ୍ବର ୧୩ରୁ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜରୁ ଏହି ତିନି ଖେଳାଳିଙ୍କୁ ବାଦ୍ ଦିଆଯାଇଛି । ଟି-୨୦ ସିରିଜ୍ ପରେ ଡିସେମ୍ବର ୧୮ରୁ ଦିନିକିଆ ସିରିଜ୍ ଆରମ୍ଭ ହେବ ।

 

କ୍ରିକେଟ୍ ୱେଷ୍ଟଇଣ୍ଡିଜ ଅନୁଯାୟୀ, ଦଳର ତିନି ଖେଳାଳି ଏବଂ ଜଣେ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ରୋଷ୍ଟନ ଚେଜ୍, ସେଲଡନ କଟ୍ରେଲ ଓ କାଇଲ ମାୟର୍ସଙ୍କ ବ୍ୟତୀତ ସହାୟକ କର୍ମଚାରୀ ସାମିଲ । ଏହି ସବୁ ଖେଳାଳି ୧୦ ଦିନ ପର୍ଯ୍ୟନ୍ତ ଆଇସୋଲେଟରେ ରହିବେ । ଚାରି ଜଣ କରୋନାର ଦୁଇ ଡୋଜ୍ ଟିକା ନେଇ ସାରିଛନ୍ତି । ସେମାନଙ୍କ ଠାରେ କୌଣସି ବଡ ଲକ୍ଷଣ ଦେଖିବାକୁ ମିଳିନାହିଁ ।

 

କ୍ରିକେଟ୍ ୱେଷ୍ଟଇଣ୍ଡିଜ କହିଛି, ଏଠାରେ ପହଞ୍ଚିବା ପରେ ଟେଷ୍ଟିଂ ପ୍ରୋଟୋକଲରୁ ଏହା ଜଣା ପଡିଛି । ଏହା ସତ୍ୱେ ବି ଗସ୍ତ ଜାରି ରହିବ । ସମସ୍ତ ଖେଳାଳି ନିଜ ନିଜର ହୋଟେଲରେ ରହିଛନ୍ତି । ସିରିଜ୍ ଉପରେ କୌଣସି ବିପଦ ନାହିଁ । ପାକିସ୍ତାନ ପହଞ୍ଚିବା ପୂର୍ବରୁ ସମସ୍ତ ସଦସ୍ୟ ନେଗେଟିଭ୍ ଥିଲେ ଏବଂ କରାଚି ପହଞ୍ଚିବା ପରେ କରାଯାଇଥିବା ଦୁଇଟି ଟେଷ୍ଟରେ ବାକି ଖେଳାଳି ନେଗେଟିଭ୍ ଚିହ୍ନଟ ହୋଇଛନ୍ତି ।

 

Get real time updates directly on you device, subscribe now.