ବିଧବାଙ୍କ ହାତ-ଗୋଡ ବାନ୍ଧି ଗଣଦୁଷ୍କର୍ମ, ଘର ଭିତରେ ତାଲା ପକାଇ ଅଭିଯୁକ୍ତ ଫେରାର୍

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଅପରାଧର ଧାରା ବଢ଼ିଚାଲିଛି । ମହିଳା ମାନଙ୍କ ପ୍ରତି ଅତ୍ୟାଚାର ମଧ୍ୟ ତାଳ ଦେଇ ବୃଦ୍ଧି ପାଉଛି । ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଇତି ମଧ୍ୟରେ ଜରେ ବିଧବା ମହିଳାଙ୍କୁ ଘର ଭିତରେ ପଶି ଗଣଦୁଷ୍କର୍ମ କରାଯାଇଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ର ବୁରାଡ଼ି ଅଞ୍ଚଳରେ । ଗୁରୁବାର ଦିନ ତିନି ଜଣ ଅଭିଯୁକ୍ତ ମହିଳାଙ୍କ ଘରେ ଜୋରଜବରଦସ୍ତି ପଶି ଏହି କାଣ୍ଡ ଘଟାଇଥିଲେ । ମହିଳାଙ୍କୁ ଦୁଷ୍କର୍ମରେ ତାଙ୍କୁ ଧମକ ଦେଇ ଫେରାର୍ ହୋଇଯାଇଥିଲେ । ଏହାପରେ ପୀଡ଼ିତା ଜଣକ ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି ।

ପୋଲିସ୍ ମହିଳାଙ୍କ ଘରେ ପହଞ୍ଚିବା ବେଳକୁ ଘର ବାହାରେ ତାଲା ଲାଗିଥିଲା । ତାଲା ଭାଙ୍ଗି ପୋଲିସ୍ ଘର ଭିତରେ ପଶିବା ବେଳକୁ ମହିଳା ଜଣକ ନଗ୍ନ ଅବସ୍ଥାରେ ତଳେ ପଡ଼ିଥିଲେ । ତାଙ୍କ ହାତ ଗୋଡ ବନ୍ଧା ହୋଇଥିଲା । ମହିଳାଙ୍କୁ ମେଡିକାଲ୍ କୁ ନେବା ପରେ ପୋଲିସ୍ ଗଣବଳାତ୍କାର, ହାତଗୋଡ ବାନ୍ଧି ମାରପିଟ୍ କରିବା ଓ ଜୀବନରୁ ମାରିଦେବା ନେଇ ଧମକ ଦେବା ସମେତ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ କରି ଛାନଭିନ୍ କରୁଛି ।

ମହିଳା ଜଣକ ଚଳିତ ବର୍ଷ ଅକ୍ଟୋବର ୨୯ ତାରିଖରେ ଦାନିଶ ରାଣା ଓରଫ ଇନାମ୍ ଙ୍କ ଉପରେ ବ୍ଲାକମେଲ୍ କରିବା ଓ ଧର୍ମ ଲୁଚାଇ ବିବାହ କରିବା ଅଭିଯୋଗ ଆଣିଥିଲେ । ଏବେ ସେ ହିଁ ଏପରି ଭାବରେ ଯୋଜନା କରି ଗଣଦୁଷ୍କର୍ମ କରାଇଥିବା ମହିଳା ଅଭିଯୋଗ ଆଣିଛନ୍ତି । ପୋଲିସ୍ କହିବାନୁସାରେ, ମହିଳାଙ୍କ ନାଁ ହେଉଛି ସାଲୁ(୪୦) । ସେ ବୁରାଡି ଅଞ୍ଚଳର ଇନାମ୍ ନାମକ ଜଣେ ବ୍ୟକ୍ତିଙ୍କ ଘରେ ରୁହନ୍ତି ।

୨୦୧୭ ରେ ଶାଲୁଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଛତିଶଗଡ଼ରେ ସେ ଦୀନେଶ ରାଣା ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ। ୨୦୧୯ ରେ ଗାଧୋଇବାବେଳେ ଦୀନେଶ ଶାଲୁଙ୍କର ଏକ ଅଶ୍ଳୀଳ ଭିଡିଓ କରିଥିଲେ । ଏହା ପରେ ଅଭିଯୁକ୍ତ ପୀଡିତାଙ୍କୁ ବ୍ଲାକମେଲ କରି ଟଙ୍କା ଲୁଟିବା ଆରମ୍ଭ କରିଥିଲା। ୨୦୨୦ ମସିହାରେ, ଅଭିଯୁକ୍ତ ପୀଡିତାଙ୍କୁ ବିଲାସପୁରର ଏକ ହୋଟେଲକୁ ନେଇ ଧମକଚମକ ଦେଇ ସେଠାରେ ବଳାତ୍କାର କରିଥିଲା। ଅଭିଯୁକ୍ତ ୨୦୨୧ ମସିହା ଏପ୍ରିଲ ପର୍ୟ୍ୟନ୍ତ ପୀଡିତାଙ୍କଠାରୁ ସାଢ଼େ ଆଠ ଲକ୍ଷ ଟଙ୍କା ଏବଂ ସାତ ଲକ୍ଷ ଟଙ୍କା ଜୋର୍ କରି ହଡ଼ପ କରିଥିଲା ।