fbpx

୨୦୨୪ରେ କ୍ଷମତା କ୍ଷମତାଚ୍ୟୁତ ହେବ ବିଜେପି-ମମତା ବାନାର୍ଜି

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାସ୍ତ କରିବାକୁ ଆହ୍ୱାନ୍ ଦେଇଛନ୍ତି। ଏବଂ ବିଜପିର ଘୃଣା ଏବଂ ହିଂସାର ରାଜନୀତି ଦେଶରେ ଆଉ ଚାଲିବନି ବୋଲି ମମତା କହିଛନ୍ତି । କେନ୍ଦ୍ରର ବିଜେପି ସରକାର ଦେଶର ଅର୍ଥବ୍ୟବସ୍ଥାକୁ ପରିଚାଳନା କରିବାରେ ବିଫଳ ହୋଇଛି। ବିମୁଦ୍ରିକରଣ ଭଳି ପଦକ୍ଷେପ ନେଇ ଅର୍ଥନୀତିକୁ ଦୁର୍ବଳ କରି ଦେଇଛନ୍ତି । ସେହିପରି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଗୁଡ଼ିକୁ ବ୍ୟବହାର କରି ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କରୁଥିବା ସେ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି।

ମୋଦୀ ସରକାରଙ୍କ ୮ବର୍ଷର ଶାସନକୁ ସମାଲୋଚନା କରି ସେ କହିଛନ୍ତି ଯେ, ବିଜେପି କୌଣସି ପ୍ରକାରରେ ଆଉ କ୍ଷମତାକୁ ଫେରିବ ନାହିଁ। ମମତା କହିଛନ୍ତି କି ବଙ୍ଗଳାର ମାଟି ମୋତେ ଲଢ଼ିବବାକୁ ଶକ୍ତୁି ଦେଇଛି। ମୁଁ ମୋର ସମସ୍ତ ଶକ୍ତି ଲଗାଇ ଲଢ଼ିବି ବୋଲି ମମତା କହିଛନ୍ତି, ଭାରତରେ ଘୃଣା ଏବଂ ହିଂସାର କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି।

ମମତାଙ୍କର ଏହି ଆରୋପ ଉପରେ ଉତ୍ତର ରଖିଛନ୍ତି ବିଜେପି ମୁଖପାତ୍ର ସାମିକ ଭଟ୍ଟଚାର୍ଯ୍ୟ। ସେ କହିଛନ୍ତି ମମତାଙ୍କର ଏହି ଆରୋପ ସମ୍ପୁର୍ଣ୍ଣ ଭିତ୍ତିହୀନ। ୨୦୧୯ରେ ମଧ୍ୟ ବିଜେପି କ୍ଷମତାକୁ ଫେରିବ ନାହିଁ ବୋଲି କହୁଥିଲ ଏବଂ ଫଳାଫଳ ମଧ୍ୟ ଆପଣ ଦେଖିଥିବେ। ୨୦୨୪ରେ ବିଜେପି ତୃତୀୟଥର ପାଇଁ କ୍ଷମତାକୁ ଫେରିବ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.