fbpx
BJD SKY
BJD SKY

OAS ସ୍ତରରେ ଅଦଳବଦଳ:  ଉଚ୍ଚଶିକ୍ଷା ନିର୍ଦ୍ଦେଶକ ହେଲେ ନିବେଦିତା ମିଶ୍ର

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ଓଏଏସ୍ ସ୍ତରରେ ଅଦଳବଦଳ । ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ)ର ବରିଷ୍ଠ ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ବରିଷ୍ଠ ଓଏଏସ୍ ନିବେଦିତା ମିଶ୍ରଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି ହୋଇଛି ।

 

ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଅବକାରୀ ବିଭାଗର ଅତିରିକ୍ତ ସଚିବ ପ୍ରମୋଦ କୁମାର ମିଶ୍ରଙ୍କୁ ଓଡ଼ିଶା ଲୋକସେବା ଆୟୋଗର ସଚିବ ଭାବେ ବଦଳି କରାଯାଇଛି । ସେହିଭଳି ଅନୁଗୋଳ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁଙ୍କୁ ରାଜ୍ୟ ଏକ୍ସପୋର୍ଟ ଓ ପ୍ରମୋସନ ଆଣ୍ଡ ମାର୍କେଟିଂ (ଡିଇପିଏମ) ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

 

ଅନ୍ୟପଟେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଏବଂ ଆଠମଲ୍ଲିକ ଉପଜିଲ୍ଲାପାଳ ଲଳିତ ମୋହନ ବେହେରାଙ୍କୁ ଅନୁଗୋଳ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

Get real time updates directly on you device, subscribe now.