fbpx

କେମିତି ହୋଇଥିଲା କେକେଙ୍କ ମୃତ୍ୟୁ? କନସର୍ଟରେ ଲଗାତାର ପୋଛୁଥିଲେ ଝାଳ, ଦେଖନ୍ତୁ ଶେଷ Video

ନୂଆଦିଲ୍ଲୀ: ଅତି ସରଳ ଦେଖାଯାଉଥିବା ଜୀବନ କେତେବେଳେ ଯେ କଷ୍ଟଦାୟକ ହୋଇଯିବ, ତାହା କିଏ ବା ଜାଣିଛି । କାଲି ପର୍ଯ୍ୟନ୍ତ ଯେଉଁ କେକେଙ୍କ ଗୀତ ଶୁଣି ଆପଣ ନିଜ ଯାତ୍ରାକୁ ସହଜ କରୁଥିଲେ, ଆଜି ସେ ସବୁଦିନ ପାଇଁ ଚୁପ୍ ହୋଇଯାଇଛନ୍ତି । ମେ’ ୩୧ ରାତି ଗାୟକଙ୍କ ଜୀବନର ଶେଷ ରାତି ବୋଲି ପ୍ରମାଣିତ ହୋଇଛି ଓ ଏହି ଖବରକୁ ଗ୍ରହଣ କରିବା ସମସ୍ତଙ୍କ ପାଇଁ କଷ୍ଟକର ହୋଇଛି । କେକେଙ୍କ ମୃତ୍ୟୁକୁ ନେଇ ସମସ୍ତ ସ୍ତବ୍ଧ ହୋଇଛନ୍ତି । ଏହି କାରଣରୁ ସୋସିଆଲ ମିଡିଆରେ ତାଙ୍କ ସହ ଜଡ଼ିତ ଅନେକ ଫଟୋ ଓ ଭିଡିଓ ସେୟାର କରାଯାଉଛି ।

‘ୟାରୋନ୍’ ଓ ‘ପଲ’ ଭଳି ସୁପରହିଟ୍ ଗୀତରୁ ନିଜ କ୍ୟାରିଅର ଆରମ୍ଭ କରିଥିବା କେକେ ମଙ୍ଗଳବାର ଦିନ କୋଲକାତାର ବିବେକାନନ୍ଦ କଲେଜରେ କନସର୍ଟ ପାଇଁ ପହଞ୍ଚିଥିଲେ । ଇଭେଣ୍ଟ ସମୟରେ କେକେ ନିଜର ଦମଦାର୍ ପ୍ରଦର୍ଶନ ଯୋଗୁଁ ଲୋକଙ୍କୁ ନାଚିବାକୁ ବାଧ୍ୟ କରିଥିଲେ । ପ୍ରଦର୍ଶନ ସମୟରେ କେକେ ମଧ୍ୟ ଫୁଲ୍ ଜୋଶରେ ଥିଲେ । ପରେ ଧିରେ ଧିରେ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା ।

ସୋସିଆଲ ମିଡିଆରେ କେକେଙ୍କ ଶେଷ ଇଭେଣ୍ଟର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେଥିରେ କେକେ ଏକ ଟାୱେଲରେ ମୁହଁର ଝାଳ ପୋଛୁଥିବା ନଜର ଆସିଛନ୍ତି । ଭିଡିଓରେ କେକେଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିବା ଦେଖିବାକୁ ମିଳିଛି । କେବେ ସେ ଉପରକୁ ଅନାଉଁଛନ୍ତି ତ, କେତେବେଳେ ବୋତଲରୁ ପାଣି ପିଉଛନ୍ତି । ଠିକ୍ ଅନୁଭବ କରିବା ପାଇଁ ସେ ଷ୍ଟେଜରେ ଏପଟ ସେପଟ ଚାଲୁଛନ୍ତି ।

ଷ୍ଟେଜରେ ପାଣି ପିଇବା ଓ ଚାଲିବା ପରେ ବି କେକେ ଠିକ୍ ଅନୁଭବ ନକରିବାକୁ ତାଙ୍କୁ ହୋଟେଲକୁ ନିଆଯାଇଥିଲା । ଭିଡିଓରେ କେକେଙ୍କୁ କନସର୍ଟରୁ ବାହାରକୁ ଅଣାଯାଉଥିବା ଦେଖିବାକୁ ମିଳିଛି । କେକେଙ୍କ ମୁହଁରେ ଝାଳ ଥିବା ବେଳେ ଚେହେରାରୁ ସ୍ୱାସ୍ଥ୍ୟ ଖରାପ ଥିବା ଜଣାପଡୁଥିଲା । ରିପୋର୍ଟ ଅନୁସାରେ, ଇଭେଣ୍ଟ ପରେ ସେ ତଳେ ପଡିଯାଇଥିଲେ । ଏହା ଫଳରେ ତାଙ୍କ ମୁଣ୍ଡ ଓ ମୁହଁରେ ଆଘାତର ଚିହ୍ନ ରହିଛି । କେକେଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ କୋଲକାତାର ସିଏମଆରଆଇ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ଦୁଃଖର କଥା ହେଉଛି କି, ସେତେବେଳେକୁ ତାଙ୍କ ନିଶ୍ୱାସ ସବୁଦିନ ପାଇଁ ବନ୍ଦ ହୋଇସାରିଥିଲା ।

Get real time updates directly on you device, subscribe now.