fbpx
BJD SKY
BJD SKY

ଦୁନିଆର ସବୁଠୁ ବଡ ହ୍ୱିସ୍କି ବୋତଲ ନିଲାମ, ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

BJD

ଓଡିଶା ଭାସ୍କର: ଦୁନିଆ ତଥା ବିଶ୍ୱର ସବୁଠୁ ବଡ ହ୍ୱିସ୍କି ବୋତଲ ନିଲାମ ହୋଇଛି। କହିବାକୁ ଗଲେ ଏହି ବୋତଲଟି ୫ ଫୁଟର ଏହାର ଲମ୍ବ ୧୧ ଇଞ୍ଚ। ଏଥିରେ ୩୧୧ ଲିଟର ହ୍ୱିସ୍କି ଭର୍ତ୍ତି ହୋଇପାରେ। ଏହି ବୋତଲକୁ ଶେଷରେ ଅନଲାଇନ୍ ରେ ନିଲାମ କରାଯାଇଛି। ତେବେ ବିଶ୍ୱର ସର୍ବବୃହତ ବୋତଲକୁ ପ୍ରାୟତଃ ୧.୪ ମିଲିୟନ୍ ଡଲାରରେ ଅର୍ଥାତ୍ (୧୦ କୋଟି ୮୭ ଲକ୍ଷ ୬୯ ଟଙ୍କା) ନିଲାମ କରାଯାଇଛି। ଏହି ନିଲାମର ପରିଶେଷରେ ଏକ ଆନ୍ତର୍ଜାତୀୟନ ଅଜ୍ଞାତ କଲେକ୍ଟର ଏହାକୁ କିଣିଛନ୍ତି।

ନିଲାମ କମ୍ପାନୀ ଲିଓନ୍ ଆଣ୍ଡ ଟର୍ନବୁଲ୍ କହିଛନ୍ତି ଯେ, ଏହି ହ୍ୱିସ୍କି ସୁନା ଏବଂ ଆପଲ୍ ପରି ସ୍ୱାଦ। କିନ୍ତୁ ନିଲାମ କମ୍ପାନୀ କହିଛି ଯେ ଏହି ହ୍ୱିସ୍କିର ନାମ ରଖାଯାଇଛି ‘ଦି ଇଣ୍ଟ୍ରିପିଡ୍’। ଏହା ପ୍ରାୟ ୩୨ ବର୍ଷ ପୁରୁଣା ସିଙ୍ଗଲ-ମାଲ୍ଟ।୧୯୮୯ରେ ସ୍ପାଇସାଇଡ୍ର ପ୍ରତିଷ୍ଠାତା ଦ ମେକଲାନରେ ଏହା ଡିଷ୍ଟିଲ୍ ହୋଇଥିଲା। ସେପ୍ଟେମ୍ବର ୨୦୨୧ରେ ଏହି ହ୍ୱିସ୍କି ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା। ଦାବି କରାଯାଉଛି ଯେ ଏହି ବୋତଲଟିକୁ ପ୍ରାୟତଃ ୪୪୪ଟି ହ୍ୱିସ୍କି ବୋତଲ ସହିତ ତୁଳନା କରାଯାଉଛି।

Get real time updates directly on you device, subscribe now.