fbpx

ଗାୟକ କେ.କେଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଚିହ୍ନ: କୋଲକାତାର ପୋଲିସ ଷ୍ଟେସନରେ ମାମଲା ରୁଜୁ

କୋଲକାତା: ବଲିଉଡର ଲୋକପ୍ରିୟ ଗାୟକ କେ. କେଙ୍କ ମୃତ୍ୟୁ ମାମଲାରେ କୋଲକାତା ପୋଲିସ ‘ଅସାଧାରଣ ମୃତ୍ୟୁ’ ମାମଲା ରୁଜୁ କରିଛି । ମିଳିଥିବା ସୂଚନା ଅନୁସାରେ, କନସର୍ଟ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା ଓ ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା । ପ୍ରାଥମିକ ସୂଚନା ଅନୁସାରେ ଗାୟକଙ୍କର ହାର୍ଟ ଆଟାକ୍ ଯୋଗୁଁ ମୃତ୍ୟୁ ହୋଇଛି । କିନ୍ତୁ ଏବେ କେକେଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଥିବା ଖବର ସାମ୍ନାକୁ ଆସିଛି । ଏବେ ପୋଷ୍ଟମର୍ଟମ ପରେ ହିଁ ଡାକ୍ତରମାନେ କେକେଙ୍କ ମୃତ୍ୟୁର ପ୍ରକୃତ କାରଣ କହିପାରିବେ । କେକେଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି ।

ସୂଚନାନୁସାରେ, କୋଲକାତାର ନ୍ୟୁ ମାର୍କେଟ ପୋଲିସ ଷ୍ଟେସନରେ ଗାୟକ କେ.କେଙ୍କ ‘ଅପ୍ରାକୃତିକ ମୃତ୍ୟୁ’ ପାଇଁ ଏକ ମାମଲା ରୁଜୁ ହୋଇଛି । କେକେଙ୍କ ପରିବାରକୁ ପୋଲିସ ଅପେକ୍ଷା କରିଛି । ପରିବାରର ସମ୍ମତି ଏବଂ ଶରୀରର ପରିଚୟ ପାଇବା ପରେ ପୋଷ୍ଟମର୍ଟମ କରାଯିବ ।

ଏସଏସକେଏମ ହସ୍ପିଟାଲ ଅନୁସାରେ, ମୃତଦେହର ପୋଷ୍ଟମର୍ଟମ ପାଇଁ ପ୍ରସ୍ତୁତି ଚାଲିଛି । ପୋଷ୍ଟମର୍ଟମ ପରେ ଗାୟକଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ତାଙ୍କ ମୃତ୍ୟୁ କିପରି ହେଲା, ତାହା ମଧ୍ୟ ପ୍ରକାଶ ପାଇବ । ପୋଲିସ ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ।

କେକେଙ୍କ ପତ୍ନୀ ଓ ପୁଅ କୋଲକାତାର ମେଡିକାଲରେ ପହଞ୍ଚୁଛନ୍ତି । ଏହା ପରେ ପୋଲିସ ତାଙ୍କ ବୟାନ ନେବ । ପୋଲି ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । ଯାହାଫଳରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

ତେବେ ଦେଶର ଲୋକପ୍ରିୟ ଗାୟକ କେକେ ଓରଫ୍ କ୍ରିଷ୍ଣାକୁମାର କୁନଠଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । କଲିକତାରେ ଏକ ଷ୍ଟେଜରେ ଗୀତ ଗାଉଥିବା ବେଳେ ଅଚାନକ୍ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା ଓ ତଳେ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାତ୍ର ୫୩ ବର୍ଷ ବୟସରେ କେକେ ଦୁନିଆକୁ ଅଲବିଦା କହି ଚାଲିଗଲେ । କେକେଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ୍ କରି ଶୋକ ବ୍ୟକ୍ତି କରିଛନ୍ତି ।

Get real time updates directly on you device, subscribe now.