fbpx

ବିଦେଶରେ ଗୁଞ୍ଜରିତ ହେବ ‘ଜୟ ଶ୍ରୀରାମ’: ଆମେରିକାର ୧୧୦୦ ମନ୍ଦିରରେ ହେବ ଭବ୍ୟ ସମାରୋହ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ମାସ ୨୨ ତାରିଖରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ଏହି ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ବେଳେ ଏଥିପାଇଁ ୮ ହଜାର ଭିଭିଆଇପିଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ ପତ୍ର ପଠାଯାଇଛି ।

ତେବେ ରାମ ମନ୍ଦିର ପ୍ରତିଷ୍ଠା ସମାରୋହର ସ୍ୱର କେବଳ ଭାରତ ନୁହେଁ ସାରା ବିଶ୍ୱ ଶୁଣିବ । ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ଆମେରିକାର ୧୧୦୦ ମନ୍ଦିରରେ ଏହି ଭବ୍ୟ ସମାରୋହର ଆୟୋଜନ କରାଯିବ । ଆମେରିକା ଓ କାନାଡ଼ାର ପ୍ରତ୍ୟେକ ନାଗରିକ ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିରକୁ ନେଇ ସମର୍ପିତ ରହିଛନ୍ତି । ତେଣୁ ଶ୍ରଦ୍ଧା-ଭକ୍ତିରେ ନିର୍ମିତ ହୋଇଥିବା ରାମ ମନ୍ଦିରକୁ ପ୍ରଭୁ ବିରାଜମାନ କରିବାକୁ ଭକ୍ତମାନେ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ଆମେରିକାର ହିନ୍ଦୁ ମନ୍ଦିର ସଶକ୍ତିକରଣ ପରିଷଦ (ଏଚଏମଇସି) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହେବା ପୂର୍ବରୁ ଏକ ସପ୍ତାହ ଧରି ଆମେରିକାର ମନ୍ଦିରମାନଙ୍କରେ ଏହି ଉତ୍ସବ ମହାସମାରୋହରେ ପାଳନ କରାଯିବ । ତେବେ ପ୍ରଭୁଙ୍କ ଆଶିର୍ବାଦରୁ ଭକ୍ତମାନେ ଏଭଳି ସୌଭାଗ୍ୟ ଲାଭ କରିବେ ଓ ସେଥିପାଇଁ ସେମାନେ ଶତାବ୍ଦୀ ବର୍ଷ ଧରି ଅପେକ୍ଷା କରି ରହିଥିବା ମନ୍ଦିରର ପ୍ରତିନିଧିତ୍ୱ କରୁଥିବା ଜଣେ ମହିଳା ଅଧିକାରୀ କହିଛନ୍ତି । ଉତ୍ତର ଆମେରିକାର ଛୋଟ, ବଡ଼ ମନ୍ଦିରଗୁଡ଼ିକରେ ଏକ ସପ୍ତାହ ଧରି ଚାଲିବାକୁ ଥିବା ଏହି ଉତ୍ସବ ଜାନୁଆରୀ ୧୫ରୁ ଆରମ୍ଭ ହୋଇ ୨୦ ତାରିଖ ରାତି ଅଯୋଧ୍ୟା ରାମମନ୍ଦିରର ଉଦଘାଟନର ଲାଇଭ୍ ପ୍ରସାରଣ ସହ ସମାପ୍ତ ହେବ । ତେବେ ଏହି ଉଦଘାଟନ ସମାରୋହରେ ହଜାରରୁ ଅଧିକ ହିନ୍ଦୁ ମନ୍ଦିର ସାମଲ ହେବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.