fbpx
BJD
BJD SKY
BJD SKY

ଆସୁଛି କି ପ୍ରଳୟ! ୨ ମାଇଲ ଲମ୍ବା ଫାଟରୁ ଛୁଟିଲା ନିଆଁର ସୁଅ, ଆଇସଲ୍ୟାଣ୍ଡରେ ଫାଟିଲା ଆଗ୍ନେୟଗିରି

ନୂଆଦିଲ୍ଲୀ: ପ୍ରାକୃତିକ ଘଟଣାକୁ ନିୟନ୍ତ୍ରଣ ମଣିଷ କେବଳ ନିୟନ୍ତ୍ରଣ କରିପାରିବ । କିନ୍ତୁ ସେଗୁଡିକୁ ଅଟକାଇ ପାରିବ ନାହିଁ । ତେବେ ଆଇସଲ୍ୟାଣ୍ଡରେ ଆଗ୍ନେୟଗିରି ଉଦଗୀରଣ ହୋଇ ଚାରିଆଡ଼େ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଭୂମିରେ ଲାଭା ବହୁଥିବା ବେଳେ ଆକାଶରେ କଳା ଧୂଆଁ ଭରି ରହିଛି । ତେବେ ଏଥି ପାଇଁ ସେଠାକାର ଲୋକମାନଙ୍କ ମଧ୍ୟରେ ବର୍ତ୍ତମାନ ଆତଙ୍କ ଖେଳିଯାଇଛି । ତେବେ ଏଥିପାଇଁ ଲୋକମାନଙ୍କର ଦୈନନ୍ଦିନ କାର୍ୟ୍ୟକଳାପ ଯେପରି ପ୍ରଭାବିତ ନହୁଏ ସେଥିପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି। ତେବେ ଏସବୁ ମଧ୍ୟରେ ବିମାନଗୁଡ଼ିକ ପ୍ରଭାବିତ ହୋଇ ନଥିବା ଜଣାପଡ଼ିଛି । ଏକ ସପ୍ତାହ ଧରି ଭୂକମ୍ପ ଜାରି ରହିବା ପରେ ଦକ୍ଷିଣ-ପଶ୍ଚିମ ଆଇସଲ୍ୟାଣ୍ଡର ରେକଜାନେସ୍ ଉପଦ୍ୱୀପରେ ୧୮ ଡିସେମ୍ବର ବିଳମ୍ବିତ ରାତିରେ ୧୦୦ ମିଟରରୁ ଅଧିକ ଦୂର ଲାଭା ଖେଳିଯିବା ସହିତ ସମଗ୍ର ପରିବେଶରେ ଧୂଆଁ ଖେଳିଯାଇଥିଲା।

ରିପୋର୍ଟ ଅନୁଯାୟୀ, ଏଠାରେ ପ୍ରାୟ ୩.୫ କିଲୋମିଟର ଲମ୍ବା ଏକ ଫାଟ ସୃଷ୍ଟି ହୋଇଥିଲା । ତେବେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଥିଲା। ପ୍ରତି ସେକେଣ୍ଡରେ, ଏହି ଫାଟଗୁଡିକ ପ୍ରାୟ ୧୦୦ ରୁ ୨୦୦ ଘନ ମିଟର ଅର୍ଥାତ ୩୫୩୦ ରୁ ୭୦୬୦ ଘନଫୁଟ ଲାଭା ପାଇଁ ରାସ୍ତା ପ୍ରସ୍ତୁତ କରିଥିଲା । ପାଣିପାଗ ବିଭାଗ ଅନୁଯାୟୀ, ଏହି ଅଞ୍ଚଳରେ ଅନେକ ଥର ବିସ୍ଫୋରଣ ଘଟିଛି।ଚିନ୍ତୁ ଚଳିତ ଥର ଏହାର ତୀବ୍ରତା ପୂର୍ବ ଅପେକ୍ଷା ଅଧିକ ରହିଛି । ତଥାପି ବର୍ତ୍ତମାନ ଏହାର ତୀବ୍ରତା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ।

कब फटा ज्वालामुखी

ଜିପିଏସ୍ ଉପକରଣରୁ ମ୍ୟାପ ସହିତ ଭୂକମ୍ପ କାର୍ୟ୍ୟକଳାପ ବିଷୟରେ ସୂଚନା ମିଳିଥାଏ । ତେବେ ବର୍ତ୍ତମାନ ଲାଭା ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଥିବା ଏବଂ ଗ୍ରିଣ୍ଡାଭିକ୍ ଦିଗରେ ବିସ୍ଫୋରଣ ଜାରି ରହିବା ନେଇ ସୂଚନା ମିଳିଛି। ଲାଇଭ ଭିଡିଓରେ ପୃଥିବୀ ପୃଷ୍ଠରେ ସୃଷ୍ଟି ହୋଇଥିବା ଫାଟ ଦେଇ ଲାଲ ଉତ୍ତପ୍ତ ଲାଭା ବାହାରୁଥିବା ଦେଖାଯାଉଛି । ନିକଟ ଅତୀତରେ ରେକଜାନ୍ସ ଉପଦ୍ୱୀପରେ ଅଣ-ଜନବହୁଳ ଅଞ୍ଚଳରେ ଅନେକ ବିସ୍ଫୋରଣ ଘଟିଛି । ତେବେ ମାର୍ଚ୍ଚ ୨୦୨୧ ରେ, ଏହି ଅଞ୍ଚଳର ଫାଗ୍ରାଡାଲ୍ସଫଜାଲ୍ ଆଗ୍ନେୟଗିରି ଅଞ୍ଚଳରେ ଭୂମି ପୃଷ୍ଠରେ ୫୦୦ ରୁ ୭୫୦ ମିଟର ଲମ୍ୱା ଫାଟ ସୃଷ୍ଟି ହୋଇଥିଲା । ଏହା ପରେ ୨୦୨୧ ମସିହାରେ ଏହି ଅଞ୍ଚଳରେ ଆଗ୍ନେୟଗିରି କାର୍ୟ୍ୟକଳାପ ପ୍ରାୟ ଛଅ ମାସ ପର୍ୟ୍ୟନ୍ତ ଜାରି ରହିଥିଲା । ଅଗଷ୍ଟ ୨୦୨୨ରେ ମଧ୍ୟ ସମାନ ଅଞ୍ଚଳରେ ତିନି ସପ୍ତାହ ବ୍ୟାପୀ ଉଦ୍ଗୀରଣ ଜାରି ରହିଥିଲା । ପରେ ଚଳିତ ବର୍ଷ ଜୁଲାଇରେ ଆଉ ଏକ ବିସ୍ଫୋରଣ ଘଟିଥିଲା ।

ଆଇସଲ୍ୟାଣ୍ଡରେ ଆଗ୍ନେୟଗିରି ଉଦ୍ଗୀରଣ ଏକ ବିରଳ ଘଟଣା ନୁହେଁ। ଏହି ଦେଶରେ ୩୩ ଟି ସକ୍ରିୟ ଆଗ୍ନେୟଗିରି ପ୍ରଣାଳୀ ରହିଛି ଯାହା ୟୁରୋପରେ ସର୍ବାଧିକ ଅଟେ । କିନ୍ତୁ ଏହି ବିସ୍ଫୋରଣ ଅପ୍ରତ୍ୟାଶିତ ଭାବରେ ହୋଇଥାଏ ଯାହା ବିପଦରେ ପରିପୂର୍ଣ୍ଣ । ଗତ ୮୦୦ ବର୍ଷ ମଧ୍ୟରେ ଏଠାରେ କୌଣସି ଉଦଗୀରଣ ହୋଇନଥିଲା। ତେବେ ଏହି କ୍ଷେତ୍ରରେ ବର୍ତ୍ତମାନ ତିନୋଟି ବିସ୍ଫୋରଣ ଘଟିଛି, ଆଗ୍ନେୟଗିରି ବିଶେଷଜ୍ଞମାନେ କହିଛନ୍ତି ଯେ ଏହି କ୍ଷେତ୍ରରେ ଏକ ନୂତନ ଯୁଗ ଆରମ୍ଭ ହୋଇପାରେ। ଏହି ଆଗ୍ନେୟଗିରି କାରଣରୁ ଆଇସଲ୍ୟାଣତଡ ଦୁଇ ଭାଗରେ ବିଭକ୍ତ ହେବାର ଆଶଙ୍କା ରହୁଛି ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । ଏହା ସହିତ ଏହି ଲାଭା ସାରା ବିଶ୍ୱ ପାଇଁ କୌଣସି ବିପଦ ସୃଷ୍ଟି କରିବା ନେଇ ସମ୍ଭାବନା ରହିଥିବା ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି ।

Get real time updates directly on you device, subscribe now.