fbpx
BJD SKY
BJD SKY

୧ ନଭେମ୍ବରରେ ଭାରତ ଓ ବାଂଲାଦେଶର ପ୍ରଧାନମନ୍ତ୍ରୀ ମିଳିତ ଭାବେ ୩ ଟି ଉନ୍ନୟନମୂଳକ ପ୍ରକଳ୍ପର କରିବେ ଉଦଘାଟନ

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀମହାମହିମ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧ ନଭେମ୍ବର ୨୦୨୩ପୂର୍ବାହ୍ନ ପ୍ରାୟ ୧୧ଟା ରେ ମିଳିତ ଭାବେ ତିନୋଟି ଭାରତ ଦ୍ବାରା ସହାୟତା କରାଯାଇଥିବା ବିକାଶ ପ୍ରକଳ୍ପର ଉଦଘାଟନ କରିବେ । ଏହି ତିନୋଟି ପ୍ରକଳ୍ପ ହେଉଛି ଆଖାଉରା – ଅଗରତାଲା ସୀମାପାର ରେଳ ସଂଯୋଗ; ଖୁଲନା – ମୋଙ୍ଗଲା ବନ୍ଦରରେଳ ଲାଇନ; ଏବଂ ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ଲାଣ୍ଟର ୟୁନିଟ୍ – ୨ ।

ବାଂଲାଦେଶକୁ ଦିଆଯାଇଥିବା ୩୯୨.୫୨ କୋଟି ଟଙ୍କାର ଅନୁଦାନ ସହାୟତାଅଧୀନରେ ଆଖାଉରା-ଅଗରତାଲା ସୀମାପାର ରେଳ ସଂଯୋଗ ପ୍ରକଳ୍ପ କାର୍ଯ୍ୟକାରୀହୋଇଛି। ବାଂଲାଦେଶରେ ୬.୭୮ କିଲୋମିଟର ଡୁଆଲ ଗେଜ୍ ରେଳ ଲାଇନ ସହଏହି ରେଳ ସଂଯୋଗର ଦୈର୍ଘ୍ୟ ୧୨.୨୪ କିଲୋମିଟର ଏବଂ ତ୍ରିପୁରାରେ ୫.୪୬କିଲୋମିଟର ରହିଛି ।

ଖୁଲନା-ମୋଙ୍ଗଲା ବନ୍ଦର ରେଳ ଲାଇନ ପ୍ରକଳ୍ପ ଭାରତ ସରକାରଙ୍କ ରିହାତି ଋଣଅଧୀନରେ କାର୍ଯ୍ୟକାରୀ କରାଯାଇଛି ଯାହାର ମୋଟ ପ୍ରକଳ୍ପ ମୂଲ୍ୟ ୩୮୮.୯୨ ନିୟୁତଆମେରିକୀୟ ଡଲାର । ଏହି ପ୍ରକଳ୍ପ ରେ ମୋଙ୍ଗଲା ବନ୍ଦର ଏବଂ ଖୁଲନାରେବର୍ତ୍ତମାନର ରେଳ ନେଟୱାର୍କ ମଧ୍ୟରେ ପ୍ରାୟ ୬୫ କିଲୋମିଟର ବ୍ରଡ ଗେଜ୍ ରେଳ ପଥନିର୍ମାଣ କରାଯିବ । ଏହା ଦ୍ୱାରା ବାଂଲାଦେଶର ଦ୍ୱିତୀୟ ବୃହତ୍ତମ ବନ୍ଦର ମୋଙ୍ଗଲାବ୍ରଡଗେଜ୍ ରେଳ ନେଟୱାର୍କ ସହ ସଂଯୋଗ ହୋଇଛି ।

ଭାରତୀୟ ରିହାତି ଆର୍ଥିକ ଯୋଜନା ଋଣ ଅଧୀନରେ ମୈତ୍ରୀ ସୁପର ଥର୍ମାଲ ପାୱାରପ୍ରୋଜେକ୍ଟ ହେଉଛି ବାଂଲାଦେଶର ଖୁଲନା ଡିଭିଜନର ରାମପାଲଠାରେ ଅବସ୍ଥିତ୧୩୨୦ ମେଗାୱାଟ (୨×୬୬୦) ସୁପର ଥର୍ମାଲ ପାୱାର ପ୍ଲାଣ୍ଟ (ଏମଏସଟିପିପି)।ବାଂଲାଦେଶ-ଇଣ୍ଡିଆ ଫ୍ରେଣ୍ଡସିପ୍ ପାୱାର କମ୍ପାନି (ପ୍ରାଇଭେଟ୍) ଲିମିଟେଡ୍(ବିଆଇଏଫପିସିଏଲ୍) ଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି, ଯାହା ଭାରତରଏନଟିପିସି ଲିମିଟେଡ୍ ଏବଂ ବାଂଲାଦେଶ ପାୱାର ଡେଭଲପମେଣ୍ଟ ବୋର୍ଡ(ବିପିଡିବି)ର ୫୦:୫୦ ଯୁଗ୍ମ ଉଦ୍ୟୋଗ କମ୍ପାନୀ ଅଟେ । ସେପ୍ଟେମ୍ବର ୨୦୨୨ରେଉଭୟ ପ୍ରଧାନମନ୍ତ୍ରୀ ମିଳିତ ଭାବେ ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ଲାଣ୍ଟର ୟୁନିଟ ୧କୁ ଉନ୍ମୋଚନ କରିଥିଲେ ଏବଂ ୧ ନଭେମ୍ବର ୨୦୨୩ରେ ୟୁନିଟ୍ ୨ ଉଦଘାଟିତ ହେବ। ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ଦ୍ୱାରା ବାଂଲାଦେଶରେ ଶକ୍ତିସୁରକ୍ଷା ବୃଦ୍ଧି ପାଇବ । ଏହି ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳରେ ଯୋଗାଯୋଗ ଏବଂ ଶକ୍ତି ନିରାପତ୍ତାକୁ ସୁଦୃଢ଼କରିବ।

Get real time updates directly on you device, subscribe now.