fbpx

ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଯାଜପୁର, ୯ା୭(ଓଡ଼ିଶା ଭାସ୍କର): ଯାଜପୁରରେ ପୁଣି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଏହିପରି ଅଭାବନୀୟ ଘଟଣା ଯାଜପୁର ସ୍ଥିତ ରାଛିପୁର ଛକ ନିକଟରେ ଘଟିଥିବା ସୂଚନା ମିଳିଛି । ରାଛିପୁର ଛକ ନିକଟ ରାସ୍ତାରେ ଜଣେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଦେଇଛନ୍ତି ଦୁର୍ବୃତ୍ତ । ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ ନଟପଡ଼ା ଅଞ୍ଚଳର ଜଣେ ଶିକ୍ଷୟତ୍ରୀ ହୋଇଥିବା ସୂଚନା ମିଳିଛି । ହତ୍ୟକାଣ୍ଡ ପଛର ରହସ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.