fbpx

କରୋନାରେ ହାଇ ରେଟ୍: ସୁନା ୫୦କୁ ରୂପା ୫୧

ଦିନକୁ ଦନ ଇତିହାସ ରଚିବାରେ ଲାଗିଛି ସୁନା ଦାମ୍ । ଗୋଟିଏ ଦିନ ପୂର୍ବରୁ ହୋଇଥିବା ରେକର୍ଡ ଆଜି ଭାଙ୍ଗିଛି । ଆଜି ସାରା ଦେଶରେ ୨୪କ୍ୟାରେଟ୍ ସୁନା ବୁଧାବାର ଅପେକ୍ଷା ୧୯୬ ଟଙ୍କା ବୃଦ୍ଧି ପାଇଁ ୧୦ ଗ୍ରାମ ପିଛା ୪୯,୩୧୮ ଟଙ୍କାରେ ପହଞ୍ଚିଛି । ବୁଧବାର ଦିନ ଏହାର ଦାମ ୪୯,୧୨୨ ଟଙ୍କା ଥିଲା । ଅନ୍ୟପଟେ ରୂପା ମୂଲ୍ୟ ଆଜି ୫୧,୦୦୦ ଟଙ୍କା ଅତିକ୍ରମ କରିଛି । ଆଜି ସକାଳେ ରୂପା ୧୦୯୨ ଟଙ୍କା ମହଙ୍ଗା ହୋଇ କିଲୋଗ୍ରାମ ପିଛି ୫୧,୨୩୨ ଟଙ୍କାରେ ବିକ୍ରି ହେଉଛି । କିନ୍ତୁ ବୁଧବାର ଦିନ ଦିଲ୍ଲୀ ସରାଫା ବଜାରରେ ୧୦ ଗ୍ରାମ ପିଛା ସୁନା ୪୯,୮୯୮ ଟଙ୍କାରେ ବିକ୍ରି ହୋଇଥିଲା ।

ତେବେ ଗତ ୨୨ ଜୁନରେ ସୁନା ନୂଆ ରେକର୍ଡ ସହ ୪୮,୩୦୦କୁ ବୃଦ୍ଧି ପାଇଥିଲା । ତା ପରଦିନ ପୁଣି ୪୮,୫୭୫କୁ ବୃଦ୍ଧି ପାଇ ପରଦିନ ପୁଣି ୪୮୧୩୭କୁ ଖସିଆସିଥିଲା । ଏହା ପରେ ୨୯ ଜୁନରେ ୧୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୪୮,୬୦୦ଟଙ୍କାରେ ପହଞ୍ଚିଥିଲା । ଜୁଲାଇ ୧ରୁ ସୁନା ରେଟ୍ ବଢି ବଢି ଚାଲିଛି । ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ ଆସୋସିଏନର ୱେବସାଇଟ (ibjarates.com)ରେ ସୁନା-ରୂପାର ହାରାହାରି ମୂଲ୍ୟ ଅପଡେଟ୍ କରାଯାଇଛି ।

Get real time updates directly on you device, subscribe now.