fbpx

ମହାଶିବରାତ୍ରୀ ଦିନ ଭୁଲରେ ବି ବ୍ୟବହାର କରନ୍ତୁନି ଏହିସବୁ ଜିନିଷ, ପଡ଼ିବ ଓଲଟା ପ୍ରଭାବ

ଓଡ଼ିଶା ଭାସ୍କର ବ୍ୟୁରୋ: ଭଗବାନ ଶିବଙ୍କ ପ୍ରିୟ ମହାଶିବରାତ୍ରୀର ପର୍ବ ଏଥର ମାର୍ଚ୍ଚ ୧ ତାରିଖରେ ପାଳନ କରାଯାଉଛି । ଏହି ଦିନ ଭଗବାନ ଶିବଙ୍କୁ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ମହାଦେବଙ୍କୁ ଆନ୍ତରିକତାର ସହିତ ପୂଜା କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ସମସ୍ତ ଇଚ୍ଛା ପୂରଣ ହୁଏ । ଏହି ଦିନ ମହାଦେବଙ୍କୁ ଚନ୍ଦନ, ଅକ୍ଷତ, ବେଲପତ୍ର, ଦୁଦୁରା ଫୁଲ ଅର୍ପଣ କରାଯିବା ଉଚିତ୍ ।

ଶିବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ପ୍ରିୟ ଜିନିଷ ଭେଟି ଦେବା ଆବଶ୍ୟକ । କୁହାଯାଏ ଏହି ଦିନ ଘିଅ, ଚିନି ଓ ଅଟାରେ ତିଆରି ହୋଇଥିବା ପ୍ରସାଦ ଭୋଗ ଲଗାଇବା ଦରକାର । ଏହାସହିତ ଧୂପ ଓ ଦୀପ ଦ୍ୱାରା ଆଳତୀ କରିବା ଦରକାର ଏବଂ ଗାଈ କ୍ଷୀର ଅର୍ପଣ କରିବା ଆବଶ୍ୟକ । ଏହିସବୁ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି । ହେଲେ ଏସବୁ ବ୍ୟତୀତ ଆପଣ କିଛି ଜିନିଷକୁ ଭୁଲରେ ବି ସାମିଲ କରନ୍ତୁ ନାହିଁ । ନଚେତ୍ ଆପଣ କ୍ଷତି ଉଠାଇ ପାରନ୍ତି ।

ତେବେ ଏହିସବୁ ଜିନିଷ ହେଲା; ଶଙ୍ଖ, କୁମକୁମ୍, ତୁଳସୀ ପତ୍ର, ନଡ଼ିଆ ପାଣି, କେତକୀ, ଅରଖ ଫୁଲ(ପଦ୍ମ କିମ୍ବା ଲାଲ୍ ରଙ୍ଗର ଫୁଲ) ଓ ହଳଦୀ । ଏହି ସାମଗ୍ରୀ ସବୁ ଆଦୌ ମହାଦେବଙ୍କୁ ଅର୍ପଣ କରନ୍ତୁ ନାହିଁ ।

 

Get real time updates directly on you device, subscribe now.