fbpx
BSKY
BJD MC SKY
BJD YOUTH SKY

ସାମ୍ନାକୁ ଆସିଲା ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣର ତାରିଖ, ଏହି ବ୍ୟକ୍ତିଙ୍କୁ କରାଯିବ ଆମନ୍ତ୍ରଣ

ନୂଆଦିଲ୍ଲୀ ୧୮।୦୩: ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ମାର୍ଚ୍ଚ ୨୫ରେ ସେ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ। ମାର୍ଚ୍ଚ ୨୫ରେ ଲକ୍ଷ୍ନୌରେ ସହିଦ ପଦରେ ସ୍ଥିତ ଇକାନା ଷ୍ଟାଡିୟମରେ ଶପଥ ସମାରୋହ ଆୟୋଜିତ ହେବ। ଅନେକ ଦୃଷ୍ଟିରୁ ଏହି ଶପଥ ଗ୍ରହଣ ସମାରୋହ ଖାସ୍ ହେବାକୁ ଯାଉଛି। ବିଜେପିର ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ଆମନ୍ତ୍ରଣ କରାଯାଉଛି।

ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସହିତ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ସଂଘ ଏବଂ ବିଜେପିର ବରିଷ୍ଠ ପଦାଧିକାରୀ ଶପଥ ଗ୍ରହଣ ସମାରୋହରେ ସାମିଲ୍ ହେବେ। ଏ ନେଇ ପ୍ରଶାସନ ପକ୍ଷରୁ ଇକାନା ଷ୍ଟାଡିୟମରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।
ଯୋଗୀ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହରେ ବିଏସପି ସୁପ୍ରିମୋ ମାୟାବତୀ, ସପା ସଂରକ୍ଷକ ମୁଲାୟମ ସିଂହ ଯାଦବ, ସପା ଅଧ୍ୟକ୍ଷ ଅଖିଳେଶ ଯାଦବ, କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସହିତ ବିରୋଧୀ ଦଳର ନେତାଙ୍କୁ ଆମନ୍ତ୍ରିତ କରାଯିବ।

ଯୋଗୀ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ଆମନ୍ତ୍ରିତ କରାଯିବ। ଲକ୍ଷ୍ନୌ ସହିତ ଆଖପାଖ ଅଞ୍ଚଳର ଜିଲ୍ଲାଗୁଡିକର ଲାଭାର୍ଥୀଙ୍କୁ ଶପଥ ଗ୍ରହଣ ସମାରୋହରେ ସାମିଲ୍ କରାଯିବ।

Get real time updates directly on you device, subscribe now.