fbpx
BSKY
BJD MC SKY
BJD YOUTH SKY

କାହିଁକି ରେ ବିକ୍ରି ହେଲେନି ରାଇନା: ଏମିତି ଏକ କାରଣ ଦର୍ଶାଇଲେ ଏହି ପୂର୍ବତନ ଷ୍ଟାର କ୍ରିକେଟର

ନୂଆଦିଲ୍ଳୀ: ଚଳିତ ମେଗା ଅକ୍ସନରେ କୌଣସି ଦଳରେ ସାମିଲ ହୋଇ ପାରନାହାନ୍ତି ସୁରେଶ ରାଇନା । ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏ ନେଇ ଅନେକ ଖେଳାଳି ଅନେକ ମତ ଦେଇଥିବା ବେଳେ ଏବେ ଏହାର କାରଣ ଦର୍ଶାଇଛନ୍ତି ରାଜସ୍ତାନ ରୋୟଲ୍ସର ନିର୍ଦ୍ଦେଶକ ତଥା ପୂର୍ବତନ ଶ୍ରୀଲଙ୍କା କ୍ରିକେଟର କୁମାର ସାଙ୍ଗାକାରା ।

CSK vs KKR LIVE- IPL 2021 Final: Raina misses first ever IPL Final

ସାଙ୍ଗାକରାଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ଦଳ ପୂର୍ବବର୍ଷରେ ଖେଳାଳିମାନଙ୍କ ପ୍ରଦର୍ଶନ ଏବଂ ଆଗାମୀ ଭବିଷ୍ୟତକୁ ଦେଖି ଖେଳାଳି ଚୟନ କରିଛନ୍ତି । ତେଣୁ ରାଇନାଙ୍କୁ ନ କିଣିବାର ରହିଛି ଅନେକ ଭିନ୍ନ କାରଣ । ଏବେ ଯୁବ ଖେଳାଳିମାନେ ଖୁବ ଭଲ ପ୍ରଦର୍ଶନ କରିବା ସହିତ ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି । ତେଣୁ ରାଇନାଙ୍କ ଫର୍ମ ଏବଂ ଫିଟନେସ ତାଙ୍କୁ ଚଳିତ ସିଜନରୁ ଦୂରେଇ ରଖିଛି । ପୂର୍ବରୁ ରାଇନା ଚେନ୍ନାଇ ପାଇଁ କୁବ ଭଲ ପ୍ରଦର୍ଶନ କରିଛନ୍ତି । ଅନେକ ମ୍ୟାଚରେ ଦଳକୁ ବିଜୟ କରାଇବାରେ ସେ ମୁଖ୍ୟ ଭୂମିକା ତୁଲାଇଛନ୍ତି । କିନ୍ତୁ ଆଗାମୀ ସିଜନ ପାଇଁ ତାଙ୍କ ଉପରେ ସେତେଟା ଭରସା କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ସାଙ୍ଗାକାରା । ତେଣୁ ଚଳିତ ସିଜନରେ କୌଣସି ଦଳ ରାଇନାଙ୍କୁ ସାମିଲ କରିନାହିଁ ।

Get real time updates directly on you device, subscribe now.