fbpx
BSKY
BJD MC SKY
BJD YOUTH SKY

ହଟ୍ ଆଉଟ୍ ଫିଟରେ ହୋଲି ଖେଳିଲେ ଉର୍ଫି ଜାଭେଦ୍: ଦେଖନ୍ତୁ ଭାଇରାଲ ଇନଷ୍ଟା ଭିଡିଓ

ନୂଆଦିଲ୍ଳୀ: ବିଗ ବସ୍ ଓଟିଟିରୁ ପ୍ରସିଦ୍ଧି ହାସଲ କରିଥିବା ଅଭିନେତ୍ରୀ ଉର୍ଫି ଜାଭେଦ୍ ସର୍ବଦା ନିଜର ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ହୋଲି ଅବସରରେ ଏକ ରିଭେଲିଂ ଡ୍ରେସରେ ପିନ୍ଧି ହୋଲି ଖେଳିଛନ୍ତି ଉର୍ଫି ଜାଭେଦ୍ । ଏହା ସହିତ ଏହି ଡ୍ରେସ ପିନ୍ଧି ଉର୍ଫି ଏକ ଇନଷ୍ଟା ରିଲ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏକ ଧଳା ଓ ଲାଲ ରଙ୍ଗର ଚୁଡିଦାର କୁର୍ତ୍ତା ପିନ୍ଧି ଉର୍ଫି ଭିଡିଓ ପ୍ରସ୍ତୁତ କରିଛନ୍ତି ।

ଏହା ସହିତ ଅଙ୍କିତା ଲୋଖାଣ୍ଡେଙ୍କ ଘର ବାହାରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ଉର୍ଫି । ମୁହଁରେ ରଙ୍ଗ ନ ଲଗାଇବା ପାଇଁ ସାମ୍ବାଦିକଙ୍କୁ ମନା କରିଥିବା ବେଳେ ପ୍ରଥମେ ଫଟୋ ଉଠାଇ ସାରିବା ପରେ ମୁହଁରେ ରଙ୍ଗ ଲଗାଇବେ ବୋଲି ଉର୍ଫି କହିଥିଲେ । ଉର୍ଫି ନିଜର ଭିଡିଓକୁ ଇନଷ୍ଟାଗ୍ରାମରେ ଶେୟାର କରିଥିବା ବେଳେ ଏହାକୁ ଦେଢ ଲକ୍ଷ ଲୋକ ଲାଇକ୍ କରି ସାରିଲେଣି ।

 

View this post on Instagram

 

A post shared by Urrfii (@urf7i)

Get real time updates directly on you device, subscribe now.