fbpx

ଅଭିଯୁକ୍ତଙ୍କୁ କେଉଁ ଆଧାରରେ ଜାମିନ୍ ମିଳିବା ଦରକାର? ସୁପ୍ରିମକୋର୍ଟ ଶୁଣାଇଲେ ନିଷ୍ପତ୍ତି…

ନୂଆଦିଲ୍ଲୀ: ଅଦାଲତ ଅଭିଯୁକ୍ତଙ୍କୁ କେଉଁ ଆଧାରରେ ଜାମିନ୍ ଦେବ, ଏହାକୁ ନେଇ ସୁପ୍ରିମକୋର୍ଟ ମହତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ତରଫରୁ କିଛି ମାମଲାରେ ଅଭିଯୁକ୍ତଙ୍କୁ ଦିଆଯାଇଥିବା ଜାମିନ୍ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ଦେଇଥିବା ନିର୍ଦ୍ଦେଶ ଉପରେ ପୁର୍ନବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଜାମିନ୍ ଦେବା ପାଇଁ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଦ୍ୱାରା ନିଆଯାଇଥିବା ପ୍ରକ୍ରିୟାକୁ ଖାରଜ କରିବା ସହ ଟିପ୍ପଣୀ କରିଥିଲେ ।

ସୁପ୍ରିମକୋର୍ଟ ଏକ ଯାଚିକାର ଶୁଣାଣି କରି କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଅପରାଧର ପ୍ରକୃତି ଆଧାରରେ ଜାମିନ୍ ଦେବା ଦରକାର ନା କି ଅଭିଯୁକ୍ତଙ୍କ ଜୋରିମାନା କ୍ଷମତା ଉପରେ ଏହାର ନିର୍ଣ୍ଣୟ ହେବା ଦରକାର । ଏହା ସହ ସୁପ୍ରିମକୋର୍ଟ ଝାଡ଼ଖଣ୍ଡ ହାଇକୋର୍ଟଙ୍କୁ ଏଭଳି ମାମଲାରେ ଦିଆଯାଇଥିବା ନିଷ୍ପତ୍ତି ଉପରେ ପୁନଃବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକୃତରେ ଝାଡ଼ଖଣ୍ଡ ହାଇକୋର୍ଟ ମୋଟା ଅଙ୍କର ଟଙ୍କା ଜମା କରିବା ବଦଳରେ ଅଭିଯୁକ୍ତଙ୍କୁ ଜାମିନ୍ ଦେଇଥିଲେ । ଏହି ପୂରା ପ୍ରକ୍ରିୟାରେ ଅପରାଧର ପ୍ରକୃତି ଉପରେ ବିଚାର କରାଯାଇନଥିଲା । ଏହା ସହ ହାଇକୋର୍ଟ ଅଭିଯୁକ୍ତଙ୍କୁୁ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାରେ ମଧ୍ୟ ବଡ଼ ଆକାରର ଅର୍ଥ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୁପିମକୋର୍ଟ ଏଭଳି ଅନେକ ମାମଲାରେ ଦିଆଯାଇଥିବା ଆଦେଶ ଉପରେ ବିଚାର କରିବା ପରେ ଏହି ଟିପ୍ପଣୀ ଦେଇଛନ୍ତି । ସୁପ୍ରିମକୋର୍ଟ କହିଥିଲେ ଯେ ଏହି ମାମଲାରେ ଜାମିନ୍ ଦେବା ପାଇଁ ଆପଣାଇଥିବା ପ୍ରକ୍ରିୟାର କୌଣସି ଆଇନଗତ ଅଧିକାର ନାହିଁ ।

Get real time updates directly on you device, subscribe now.