fbpx

ବିଶ୍ୱରେ କରୋନା ଭାଇରସ ଯୋଗୁଁ ଦେଢ କୋଟି ଲୋକଙ୍କ ମୃତ୍ୟୁ ହେବ !

କରୋନ ଜୀବାଣୁ ଯୋଗୁଁ ସାରା ବିଶ୍ୱରେ ଦେଢ କୋଟି ଲୋକଙ୍କ ମୁତ୍ୟୃ ହୋଇପାରେ । ଅଷ୍ଟ୍ରେଲିଆ ନ୍ୟାସନାଲ ୟୁନିଭରସିଟି ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏନେଇ ଦାବି କରାଯାଇଛି । ମହାମାରୀର ପ୍ରଥମ ବର୍ଷରେ ଦେଢ କୋଟି ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି । କରୋନା ଯୋଗୁଁ ବିଶ୍ୱ ଅର୍ଥନୀତି ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହେବ ବୋଲି ଅଧ୍ୟୟନରେ କୁହାଯାଇଛି ।

ଡେଲି ମେଲ ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆ ନ୍ୟାସନାଲ ୟୁନିଭରିସିଟି ଅଧ୍ୟୟନରେ ଏହା କି କୁହାଯାଇଛି ଯେ, ଯଦି ମହାମାରୀ ସବୁଠାରୁ ଖରାପ ସ୍ଥିତିରେ ପହଞ୍ଚେ ତେବେ ୬ କୋଟି ୮୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ । ଏଥିମଧ୍ୟରୁ ଲକ୍ଷାଧିକ ଲୋକ ଆମେରିକା ଓ ବ୍ରିଟେନର ହୋଇପାରନ୍ତି । ଚୀନରେ କରୋନା ମୃତ୍ୟୁ ହାର ୨ ପ୍ରତିଶତ ଥିବା ବେଳେ ବିଶ୍ୱରେ ୩.୪ ପ୍ରତିଶତ ରହିଛି ।

ଅଧ୍ୟୟନ ମୁତାବକ, ଭାରତ ଓ ଚୀନରେ ମୃତ୍ୟୁ ସଂଖ୍ୟା ଲକ୍ଷରୁ ଅଧିକ ଟପିବାର ଆଶଙ୍କା ଥିବା ବେଳେ ଆମେରିକାରେ ୨ ଲକ୍ଷ ୩୦ ହଜାର ଏହାର ଶିକାର ହୋଇପାରନ୍ତି । ରିସର୍ଚ୍ଚ ଦ୍ୱାରା ଜଣାପଡିଛି ଯେ, ଆମେରିକାରେ ସାଧାରଣ ସ୍ୱାଇନ୍ ଫ୍ଲୁରେ ପ୍ରତିବର୍ଷ ୫୫,୦୦୦ ଲୋକ ମୃତ୍ୟୁ ବରଣ କରୁଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ କରୋନା ଭାଇରସରେ ୩୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଭାରତରେ ୩୩ଟି କରୋନା ସଂକ୍ରମିତଙ୍କ ରିପୋର୍ଟ ଆସିଥିବା ବେଳେ ଅନେକ ରାଜ୍ୟରେ ସନ୍ଦିଗ୍ଧ ରୋଗୀଙ୍କ ଉପରେ ନଜର ରଖାଯାଇଛି ।

Get real time updates directly on you device, subscribe now.