fbpx

୧୦୩ ବର୍ଷର ବରକୁ ୩୭ ବର୍ଷିୟା କନିଆ, ଯୌତୁକ ଦାମ୍ ଶୁଣିଲେ ହୋଇଯିବେ ବେହୋସ୍

ଇଣ୍ଡୋନେସିଆରେ ୧୦୩ ବର୍ଷ ବୟସର ଜଣେ ବର ନିଜଠାରୁ ୬୬ ବର୍ଷ ସାନ ମହିଳାଙ୍କ ସହ ବିବାହ ରଚି ଚର୍ଚ୍ଚାକୁ ଆସିଛନ୍ତି । ତେବେ ୧୦୩ ବର୍ଷିୟ ପୁଆଙ୍ଗ କଟ୍ଟେ ୩୭ ବର୍ଷିୟ ଇଣ୍ଡୋ ଆଲାଙ୍ଗଙ୍କୁ ବିବାହ କରିଛନ୍ତି । ଫେସବୁକ୍ ଓ ଟ୍ୱିଟରରେ ବିବାହ ଫଟୋ ଭାଇରାଲ ହେବା ପରେ ଲୋକମାନେ ଏହି ବିବାହକୁ ବିରୋଧ କରି ସ୍ୱର ଉତ୍ତୋଳନ କରିଛନ୍ତି ।

 

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ପୁଆଙ୍ଗ ଜଣେ ଡଚ୍ କର୍ଣ୍ଣେଲ, ଯିଏକି ୧୯୪୫-୧୯୪୯ର ଯୁଦ୍ଧ ଲଢିଥିଲେ । ବୃଦ୍ଧଙ୍କ ସହ ବିବାହ ରଚିଥିବା ମହିଳାଙ୍କ ଜଣେ ସମ୍ପକୀୟ କହିଛନ୍ତି ଯେ, ପୁଆଙ୍ଗର ପ୍ରକୃତ ବୟସ ଜଣାନାହିଁ । କିନ୍ତୁ ୧୦୦ ବର୍ଷ ଉପରେ ହେବ ବୋଲି ଅନୁମାନ କରାଯାଉଛି । ବର ଓ କନ୍ୟାର ବୟସ ମଧ୍ୟରେ ପାର୍ଥକ୍ୟ ଜାଣିବା ପରେ ସମଗ୍ର ଏସିଆର ଲୋକେ ଚକିତ ହୋଇଯାଇଛନ୍ତି ।


ସୋସିଆଲ ମିଡିଆରେ ବିବାହର ଭିଡିଓ ଭାଇରାଲ ହେବା ପରେ ଯୌତୁକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ଯେ, ପୁଆଙ୍ଗା କନ୍ୟାଘର ଲୋକଙ୍କୁ ୨୫ ହଜାର ଟଙ୍କା ଓ ସୁନା ମୁଦି ଦେଇ ବିବାହ କରିଛନ୍ତି । ବିବାହ ପରେ ଦୁହେଁ ଦକ୍ଷିଣ ସୁଲାୱେସିର ଥିବା ପୁଆଙ୍ଗଙ୍କ ବାସଭବନରେ ରହୁଛନ୍ତି । ବୟସ ବ୍ୟବଧାନକୁ ମାତ୍ ଦେଇ ବିବାହ କରିଥିବା ଏପରି ଅନେକ କାହାଣି ସାମ୍ନାକୁ ଆସିଥିବାର ଦେଖିବାକୁ ମିଳିଛି ।

Get real time updates directly on you device, subscribe now.