fbpx

ଚକୋଲେଟ୍ ଖାଇବା ପରେ ଦେଢ ବର୍ଷର ଶିଶୁର ହେଲା ରକ୍ତ ବାନ୍ତି, ଯାଞ୍ଚ ପରେ ଜଣାପଡିଲା ଏପରି କାରଣ

ଲୁଧିଆନା: ପଞ୍ଜାବରେ ଚକୋଲେଟ୍ ଖାଇବା ଦ୍ୱାରା ଏକ ଦେଢ ବର୍ଷର ଶିଶୁର ରକ୍ତବାନ୍ତି ହୋଇଥିଲା । ଶିଶୁଟିର ଘର ଲୁଧିଆନାରେ ହୋଇଥିବା ବେଳେ ତା’ ପାଇଁ ଚକୋଲେଟ୍ ସେହି ପଟିଆଲା ସହରରୁ କିଣାଯାଇଥିଲା ଯେଉଁଠି କିଛିଦିନ ତଳେ କେକ୍ ଖାଇ ଜନ୍ମଦିନରେ ଏକ ବାଳିକାର ମୃତ୍ୟୁ ହୋଇଯାଇଥିଲା ।

ସୂଚନା ଅନୁସାରେ ଲୁଧିଆନାର ଦେଢ ବର୍ଷର ଶିଶୁ ଚକୋଲେଟ୍ ଖାଇବା ପରେ ରକ୍ତ ବାନ୍ତି କରିବା ଆରମ୍ଭ କରିଦେଇଥିଲା । ଏହାପରେ ଶିଶୁକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଯାଞ୍ଚ ଅଧିକାରୀ ତୁରନ୍ତ ସେହି ଦୋକାନରେ ପହଞ୍ଚିଥିଲେ ଯେଉଁଠାରୁ ଏହି ଚକୋଲେଟ୍ କିଣାଯାଇଥିଲା । ଯାଞ୍ଚରୁ ଜଣାପଡିଛି କି ଶିଶୁ ଖାଇଥିବା ଚକୋଲେଟ୍‌ର ଏକ୍ସପାୟାର ଡେଟ୍ ଚାଲିଯାଇଥିଲା ।

ମିଳିଥିବା ସୂଚନାରୁ ଜଣାପଡିଛି ଶିଶୁ ପଟିଆଲାରୁ ନିଜ ଘରକୁ ଫେରୁଥିବା ବେଳେ ତାକୁ ଉପହାର ଆକାରରେ ଚକୋଲେଟ୍‌, କୁର୍‌କୁରେ, ଜୁସ୍ ଇତ୍ୟାଦି ଦିଆଯାଇଥିଲା । ଏଥିମଧ୍ୟରୁ ସେ ଚକୋଲେଟ୍‌କୁ ଖାଇବା ପରେ ତା’ର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ।

Get real time updates directly on you device, subscribe now.