fbpx

ପ୍ରଫେସରଙ୍କୁ ସାଇବର ଠକେଇ ଅଭିଯୋଗରେ ଜଣକୁ ଗିରଫ କଲା ସାଇବର ଥାନା ପୋଲିସ୍

କଟକ: ପ୍ରଫେସରଙ୍କୁ ସାଇବର ଠକେଇ ଅଭିଯୋଗରେ ଜଣକୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ବାଲେଶ୍ୱରର ଦୀପକ ଦାସ । ଦୀପକ ପାଖରୁ ୩୬ ଟି ଏଟିଏମ କାର୍ଡ, ୧୧ ଟି ମୋବାଇଲ୍, ଲକ୍ଷେରୁ ଅଧିକ ଟଙ୍କା ଜବତ କରାଯାଇଛି । ଏହା ସହ ଗୋଟିଏ ଲାପଟପ୍, ୧୧୬ ଟି ସିମକାର୍ଡ ଓ ୪ଟି ପେନଡ୍ରାଇଭ୍ ମଧ୍ୟ ଜବତ କରାଯାଇଛି । ଗତମାସ ଫେବୃଆରୀ ୨୮ ରେ ପ୍ରଫେସରଙ୍କ ଠାରୁ ଠକେଇ ନେଇ ଅଭିଯୋଗ ହୋଇଥିଲା । ସିମ୍ କାର୍ଡ ଅପଡେଟ ନାଁରେ ବିଏସଏନଏଲ କର୍ମଚାରୀ କହି, ପ୍ଲେଷ୍ଟାରରୁ ଆପ୍ ଡାଉନଲୋଡ୍ କରାଇ ଆକାଉଣ୍ଟରୁ ୩ ଲକ୍ଷ ୯୯ ହଜାର ଟଙ୍କା ଠକିନେଇଥିଲା ।

Get real time updates directly on you device, subscribe now.