fbpx

ଟିକଟକ ହେଲା କାଳ, ନଦୀରେ ଭାସିଯାଇ ଯୁବକ ମୃତ

ପଟ୍ଟାମୁଣ୍ଡାଇ, ୧୬ା୬(ଓଡ଼ିଶା ଭାସ୍କର): ଆଜିକାଲିର ଯୁବପିଢ଼ି ଟିକଟକ ମାୟାରେ ବାୟା । ସମସ୍ତେ ଟିକଟିକ କରିବାକୁ ପସନ୍ଦ କରୁଛନ୍ତି । ଏମିତିକି ମୃତ୍ୟୁ ମୁହଁକୁ ଯିବାକୁ ମଧ୍ୟ ପଛଉ ନାହାନ୍ତି । ଏହାରି ମଧ୍ୟରେ ଆଜି ରାଜନଗରରେ ଏକ ଅଭାବନୀୟ ଘଟଣା ଘଟିଛି । ଟିକଟକ କରୁଥିବା ବେଳେ ନଦୀରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଟିକଟକ କରିବାକୁ ନଦୀ ଭିତରକୁ ଯାଇଥିଲେ ସମ୍ପୃକ୍ତ ଯୁବକ । ପଟ୍ଟାମୁଣ୍ଡାଇ ସ୍ଥିତ ବ୍ରାହ୍ମଣୀ ନଦୀ ନାହିଆଡ଼ିଆ କୂଳରେ ଏହି ଅଘଟଣ ଘଟିଛି । ଉଲ୍ଲେଖଯୋଗ୍ୟ ଯେ ଟିକଟକ କରିବା ପାଇଁ ୪ ଜଣ ବନ୍ଧୁ ନଦୀ ଭିତରକୁ ଯାଇଥିଲେ । ପରେ ଟିକଟକ ଭିଡ଼ିଓ ସୁଟ କରିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଭାସିଯାଇଥିଲେ ।

Get real time updates directly on you device, subscribe now.