fbpx

ଗୋଟିଏ କନ୍ୟାକୁ ବାହାହେବାକୁ ପହଞ୍ଚିଲେ ୨ ବର: କିନ୍ତୁ ଦୁହିଁଙ୍କୁ ମିଳିଲା ଜୀବନ ସାଥୀ, ଜାଣନ୍ତୁ କିପରି

ୟୁପି,୧୫ ।୫: ଗୋଟିଏ ବରକୁ ବାହାହେବାକୁ ଅନେକ କନ୍ୟାମାନଙ୍କ ଭିତରେ ସଂଘର୍ଷ ତ ପ୍ରାୟତଃ ଦେଖିବାକୁ ମିଳିଥାଏ । କିନ୍ତୁ ଉତ୍ତରପ୍ରଦେଶର କନୌଜ ଗାଁରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଗୋଟିଏ କନ୍ୟାକୁ ବାହାହେବାକୁ ପହଞ୍ଚିଥିଲେ ୨ ବର । ଜଣେ ସ୍ଥିର ହୋଇଥିବା ବରଯାତ୍ରୀ ସହ ପହଞ୍ଚିଥିବା ବେଳେ ଅନ୍ୟଜଣକ ପ୍ରେମିକ ଖୋଦ୍ ବରଯାତ୍ରୀ ନେଇ ପହଞ୍ଚିଥିଲା । ଦୁଇ-ଦୁଇଟି ବରଯାତ୍ରୀ ଦେଖି ଘଟଣାସ୍ଥଳରେ ଥିବା ଗାଁ ଲୋକେ ଓ ସମ୍ପର୍କୀୟମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ଏପରିକି ମାମଲା ସିଧା ପୋଲିସ ପାଖରେ ପହଞ୍ଚିଥିଲା ।

ଘଣ୍ଟା ଘଣ୍ଟା ଧରି ଚାଲିଥିବା ପଞ୍ଚାୟତରେ କନ୍ୟାଜଣକ ପ୍ରେମିକକୁ ବାହାହେବାକୁ ଚୟନ କରିଥିଲେ । ଅନ୍ୟପଟେ ସ୍ଥିର ବରଯାତ୍ରୀ ସହ ପହଞ୍ଚିଥିବା ବରର ଦୁଃଖ ଦେଖି ଗାଁର ଏକ ପରିବାର ନିଜ ଝିଅ ସହ ବିବାହ କରିଥିଲେ । ଏହି ପରି ଭାବରେ ୨ ବରଙ୍କୁ ନିଜର ଜୀବନ ସାଥୀ ମିଳିଗଲେ । ଦୁହିଁଙ୍କ ବାହାଘର ରାତିରେ ହିଁ ସମ୍ପର୍ଣ୍ଣ ହୋଇଗଲା ।

Get real time updates directly on you device, subscribe now.