fbpx

ଦୁର୍ଘଟଣାରେ ଜଣେ ମୃତ, ଜଳିଗଲା କାର୍

ଜଗତସିଂହପୁର, ୧୩ା୧୨ (ଓଡିଶା ଭାସ୍କର): ଜଗତସିଂହପୁର ଜିଲ୍ଲା କଟକ-ପାରାଦୀପ ରାସ୍ତାରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ କାରଟି ସମ୍ପୂର୍ଣ୍ଣ ଭାବେ ଭସ୍ମ ହୋଇଯାଇଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ରଘୁନାଥପୁରର ଗୋପାଳପୁର ନିକଟରେ ଏକ ବାଇକ୍ ଓ କାର୍ ମୁହାଁମୁହିଁ ଧକ୍କା ହୋଇଥିଲେ । ଘଟଣାସ୍ଥଳରେ ବାଇକ୍ ଆରୋହୀ ଜଣକ ମୃତ୍ୟୁବରଣ କରିଥିଲେ । ତେବେ ମୃତକ ଜଣକ ପରିଚୟ ଜଣାପଡ଼ିନାହିଁ । ଦୁର୍ଘଟଣା ପରେ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଘଟଣାସ୍ଥଳରୁ କାର ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.