BREAKING: ବଜ୍ରାଘାତରେ ଜଣଙ୍କର ମୃତ୍ୟୁ, ୪ ଆହତ
ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ବାରିଗୁଡ଼ା ଗ୍ରାମରେ ଘଟିଛି ଏହି ଅଘଟଣ। ବିଜୁଳି ଘଡଘଡ଼ି ସହିତ ବର୍ଷା ହେବା ସମୟରେ ଇଟା ଭାଟିରେ କାମକରୁ ଥିବା ଶ୍ରମିକଙ୍କ ପଡ଼ିଲା ବଜ୍ରାଘାତ।
ନବରଙ୍ଗପୁର: କାମ କରିବା ସମୟରେ ବିଜୁଳି ଘଡଘଡ଼ି ସହିତ ବର୍ଷା ହେଲା କାଳ। ଅକାଳରେ ଚାଲିଗଲା ଜଣଙ୍କ ଜୀବନ।
ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ବାରିଗୁଡ଼ା ଗ୍ରାମରେ ଘଟିଛି ଏହି ଅଘଟଣ। ବିଜୁଳି ଘଡଘଡ଼ି ସହିତ ବର୍ଷା ହେବା ସମୟରେ ଇଟା ଭାଟିରେ କାମକରୁ ଥିବା ଶ୍ରମିକଙ୍କ ପଡ଼ିଲା ବଜ୍ରାଘାତ।
ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ଆହାତ। ମୃତକ ଜଣକ ହେଲେ ସୋମନାଥ ଜାନି। କାମ କରୁଥିବା ବେଳେ ହଠାତ ବଜ୍ରାଘାତ ହେବାରୁ କେଉଁଠିକୁ ଯାଇପାରିନଥିଲେ। ବଜ୍ରାଘାତରେ ଚାଲିଯାଇଥିଲା ପ୍ରାଣ।