fbpx

ୟୁକେରେ କରୋନାର ମହାଲହର, ପ୍ରଥମ ଥର ପାଇଁ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧ ଲକ୍ଷ ଆକ୍ରାନ୍ତ

AAKASH

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣିଥରେ କୋଭିଡ୍-୧୯ ମହାମାରୀର ଭୟାବହ ରୂପ ଦେଖିବାକୁ ମିଳିଛି । ୟୁକେ ରେ ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହରେ କୋଭିଡ୍ ର ସର୍ବାଧିକ ମାମଲା ୯୩ ହଜାର ୦୪୫ ଥିବା ବେଳେ ବୁଧବାର ଦିନ ଏହି ରେକର୍ଡ ଭାଙ୍ଗିଯାଇଛି । ବୁଧବାର ଦିନ କୋଭିଡ୍ ର ୧ଲକ୍ଷ ୬ହଜାର ୧୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୟୁକେରେ ବର୍ତ୍ତମାନ କୋଣ କୋଣରେ କୋଭିଡ୍ ସଂକ୍ରମିତ ଘୁରି ବୁଲୁଛନ୍ତି । ଏହା ପୂର୍ବରୁ ଏତେ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହୋଇନଥିଲେ । ବର୍ତ୍ତମାନ ଏଠାରେ ପିଲାଙ୍କ ଟିକାକରଣକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ନିଆଯାଇଛି । ୟୁକେରେ ମଙ୍ଗଳବାର ସୁଦ୍ଧା ୯ ଲକ୍ଷ ୬୮ ହଜାର ୬୬୫ ଜଣଙ୍କୁ ବୁଷ୍ଟର୍ ଡୋଜ୍ ଓ କୋଭିଡ୍ ଭାକସିନ୍ ଦିଆଯାଇଛି ।

Get real time updates directly on you device, subscribe now.